ଉଇକେଟ ନେବା ପରେ ବି ସେଲିବ୍ରେଟ୍‌ କରନ୍ତି ନାହିଁ ସୁନୀଲ ନରେନ୍‌, ପଛରେ ରହିଛି ଏଭଳି କାରଣ…

ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ। ହେଲେ ବହୁତ କମ୍‌ ବୋଲର ଅଛନ୍ତି ଯେଉଁମାନେ ଉଇକେଟ ନେଇ ବି ପ୍ରତିକ୍ରିୟାହୀନ ନଜର ଆସିଥାନ୍ତି। ସେଥିରୁ ଜଣେ ହେଲେ ସୁନୀଲ ନରେନ୍‌।

୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ମ୍ୟାଚ୍‌ ବିଜେତା ନରେନ୍‌ ମଇଦାନରେ ନିଜର ପ୍ରତିକ୍ରିୟା ଦେଖାନ୍ତି ନାହିଁ। ତାଙ୍କ ମୁହଁରେ ହସ ବେଳେବେଳେ ନଜର ଆସିଥାଏ। ଏଣୁ ସମସ୍ତେ ଏପରି କାହିଁକି ବୋଲି ଜାଣିବାକୁ ଚାହିଁଥାନ୍ତି। ଏବେ ସେ ନିଜେ ଏହାର ଜବାବ ଦେଇଛନ୍ତି।

ସୁନୀଲ କହିଛନ୍ତି, ବଡ଼ ହେଉ ହେଉ ମୋ ବାପାଙ୍କଠାରୁ ମୁଁ ଶିଖିଛି ଯେ ଯଦି ଆପଣ ଆଜି କାହାକୁ ଆଉଟ୍‌ କରୁଛନ୍ତି, ତେବେ ଏତେ ସେଲିବ୍ରେଟ୍‌ କରିବା ଉଚିତ ନୁହେଁ। କାରଣ କାଲି ନଚେତ ଆଗାମୀ ମ୍ୟାଚ୍‌ରେ ତାଙ୍କ ସହ ଖେଳିବାକୁ ହେବ। ଏମିତିରେ ନିଜର ଇମୋଶନକୁ ନିୟନ୍ତ୍ରଣରେ ରଖିବା ଆସିବା ଉଚିତ। ସେଲିବ୍ରେଟ୍‌ କରିବା ଉଚିତ ନୁହେଁ।

Share
Tags: sports