୪୦ କୋଟିକୁ ନା କହିଦେଲେ ସୁନୀଲ ଶେଟ୍ଟୀ: ଜାଣନ୍ତୁ କାହିଁକି

ଗତ କିଛି ବର୍ଷ ଧରି ଅଭିନେତା ଶାହରୁଖ ଖାନଙ୍କଠାରୁ ଅଜୟ ଦେବଗନ ପର୍ଯ୍ୟନ୍ତ ଅନେକ ପ୍ରମୁଖ ବଲିଉଡ ସେଲିବ୍ରିଟି ଟଙ୍କା ନେଇ ତମାଖୁ ବ୍ରାଣ୍ଡକୁ ସମର୍ଥନ କରିଛନ୍ତି। ଏଥିପାଇଁ ସେମାନେ ଟ୍ରୋଲିଂର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଅଭିନେତା ସୁନୀଲ ଶେଟ୍ଟୀ ଟିକେ ନିଆରା। ସେ ମୋଟା ଅଙ୍କର ପ୍ରସ୍ତାବ ପାଇବା ପରେ ମଧ୍ୟ ଏପରି ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି।
ସୁନୀଲ ଥରେ ଏକ ତମାଖୁ ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ୪୦ କୋଟି ଟଙ୍କାର ପ୍ରସ୍ତାବ ପାଇଥିଲେ, କିନ୍ତୁ ଅଭିନେତା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର କାରଣ ପ୍ରକାଶ କରି ସେ କହିଥିଲେ, ମୁଁ ମୋ ସ୍ବାସ୍ଥ୍ୟ ପାଇଁ ସବୁକିଛି। ମୋ ଶରୀର ମୋତେ ଫିଲ୍ମ ଶିଳ୍ପରେ କ୍ୟାରିୟାର୍‌ କରିବାକୁ ସୁଯୋଗ ଦେଇଥିଲା। ଯଦି ମୁଁ ଏହାକୁ ମୋର ପୂଜାସ୍ଥଳ ଭାବରେ ଗ୍ରହଣ ନ କରେ, ତେବେ ମୁଁ ନିଜକୁ ଅନ୍ୟାୟ କରିବି। ମୁଁ ଆଜି ସିନେମା କିମ୍ବା ବକ୍ସ ଅଫିସ ଦୃଷ୍ଟିରୁ ଏତେ ଲୋକପ୍ରିୟ ନ ହୋଇପାରେ, କିନ୍ତୁ ଆଜି ମଧ୍ୟ ୧୭ ରୁ ୨୦ ବର୍ଷ ବୟସର ପିଲାମାନେ ମୋତେ ସମ୍ମାନ ଦିଅନ୍ତି। ଏହା ସତ୍ୟ।

ସେ ଆହୁରି କହିଛନ୍ତି, ମୋତେ ଏକ ତମାଖୁ ବିଜ୍ଞାପନ ପାଇଁ ୪୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖାନ କରିଥିଲି। ହୁଏତ ମୋତେ ଟଙ୍କାର ଆବଶ୍ୟକତା ଥିଲା, ତଥାପି ମୁଁ ନାଁ କହିଥିଲି। ମୁଁ ଏପରି କିଛି କରିବି ନାହିଁ ଯାହା ଉପରେ ମୁଁ ବିଶ୍ୱାସ କରେ ନାହିଁ, କାରଣ ଏହା ଆହାନ, ଆଥିୟା ଏବଂ ରାହୁଲଙ୍କ ଛବିକୁ ଖରାପ କରିବ।
ସୁନୀଲ ଶେଟ୍ଟୀ ତାଙ୍କ ପୁଅ ଆହାନ ଶେଟ୍ଟୀଙ୍କ ଫିଲ୍ମ ‘ବର୍ଡର ୨’ ର ମୁକ୍ତିଲାଭକୁ ନେଇ ବହୁତ ଉତ୍ସାହିତ। ‘ବର୍ଡର ୨’ ହେଉଛି ଜେ.ପି. ଦତ୍ତାଙ୍କ ୧୯୯୭ ବ୍ଲକବଷ୍ଟର ଫିଲ୍ମ ‘ବର୍ଡର’ର ଏକ ସିକ୍ୱେଲ।

 

Dharitri – Odisha’s No.1 Odia Daily