କାରାରା,୬।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜବରଦସ୍ତ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ୨-୧ରେ ସିରିଜ୍ରେ ଆଗୁଆ ହୋଇଛି।
ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୪୮ ରନ୍ରେ ପରାସ୍ତ କରି ୨-୧ର ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିଛି। ଏବେ ଉଭୟ ଦଳ ନଭେମ୍ବର ୮ ତାରିଖରେ ଶେଷ ମ୍ୟାଚ୍ରେ ପରସ୍ପରର ସାମ୍ନା କରିବେ । ଏଥିରେ ଭାରତ ୩-୧ରେ ଜିତିବାକୁ ଚାହିଁବ।
ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ୍ରେ ୧୬୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ୍ରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୩ଟି, ଅକ୍ଷର ପଟେଲ ଏବଂ ଶିବମ ଦୁବେ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।