ସୁନ୍ଦରଗଡ ଜିଲା ସ୍ତରୀୟ ସ୍ବାଧୀନତା ଦିବସ:  ସ୍ବାସ୍ଥ୍ୟମନ୍ତ୍ରୀ  କଲେ ପତାକା ଉତ୍ତୋଳନ 

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମାମଲା ମେଣ୍ଡୁଳି): ୭୯ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ  ସ୍ଥାନୀୟ ସରକାରୀ କଲେଜ ନିକଟ ଯତରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମାରୋହରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲକ୍ଟୋଟ୍ରିନ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଉପସ୍ଥିତ ଜନତାଙ୍କୁ  ଉଦ୍‌ବୋଧନ ଦେଇ ମନ୍ତ୍ରୀ ଡ.ମହାଲିଙ୍ଗ ଦେଶ ସ୍ବାଧୀନତା ଆନ୍ଦୋଳନରେ ମହାନ ସଗ୍ରାମୀମାନଙ୍କ  ତ୍ୟାଗ ଓ ବଳିଦାନକୁ ମନେ ପକାଇ ରାଜ୍ୟ ତଥା  ବିକାଶର ତାଳରେ ଜିଲାର ବିକାଶକୁ ଆଗେଇ ନେବାପାଇଁ  ସମ୍ମିଳିତ ଉଦ୍ୟମ ପାଇଁ ଆହ୍ବାନ ଦେଇଥିଲେ। ରାଜରେ ଚାଲିଥିବା ଡବଲ ଇଞିନ ସରକାର ଓଡିଶାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିଶେଷକରି କୃଷକ, ମହିଳା ଓ ଯୁବକ ମାନଙ୍କ ଉନ୍ନତି ପାଇଁ ସରକାର ବିଶେଷ ଅଗ୍ରାଧିକାର ଦେଉଥିବା କହିଥିଲେ। ଏହି ଅବସରରେ ସୁନ୍ଦରଗଡର ବିଭିନ୍ନ ଶିକ୍ଷାନୁଷ୍ଠାନର ୩୩ ଗୋଟିଦଳ ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରିଥିଲେ।
ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଆକର୍ଷଣୀୟ ସାସ୍କୃଂତିକ କାର୍ଯ୍ୟକ୍ରମ  ପରିବେଷଣ କରିଥିଲେ। ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଓ ଶ୍ରେଷ୍ଠ ପ୍ୟାରେଡ ଦଳକୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ସମାରୋହରେ ଜିଲାପାଳ ଡା.ଶୁଭଙ୍କର ମହାପାତ୍ର,ଅତିରିକ୍ତ ଜିଲାପାଳ ସୁରଜ ପଟ୍ଟନାୟକ, ଅଭିମନ୍ୟୁ ମାଝି, ଜିଲା ମୁଖ୍ୟ ଆକର୍ଷଣ ଉନ୍ନୟନ ଅଧିକାରୀ ସୁରଞନ ସାହୁ, ସଦର ଉପଜିଲାପାଳ  ବେହେରାଙ୍କ  ସମେତ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଶିକ୍ଷୟିତ୍ରୀ ସ୍ବାଗତିକା ପଣ୍ଡା ପରିଚାଳନା କରିଥିଲେ।