Posted inଫୁରସତ

ପ୍ରେମିକାଙ୍କୁ ପ୍ରପୋଜ କଲାପରେ ଗୁଗୁଲ ସିଇଓଙ୍କୁ କ’ଣ ମିଳିଥିଲା ଉତ୍ତର

ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ରୋଚକ। ତାମିଲନାଡୁର ମଦୁରାଇଠାରେ ୧୯୭୨ ଜୁଲାଇ ୧୨ରେ ଜନ୍ମ ହୋଇଥିଲେ ସୁନ୍ଦର ପିଚାଇ। ତାଙ୍କ ସ୍କୁଲ ଓ କଲେଜ ଶିକ୍ଷା ଚେନ୍ନାଇରେ ହୋଇଥିଲା। ସେଠାରେ ଦୁଇ ବଖରା ଘରେ ତାଙ୍କୁ ରହିବାକୁ ପଡୁଥିଲା। ଏପରିକି ସେଠାରେ ଟିଭି କିମ୍ବା ଟେଲିଫୋନ ମଧ୍ୟ ନ ଥିଲା। କଠିନ ପରିଶ୍ରମ କରି ସେ ଖଡଗପୁର ଆଇଆଇଟିରେ ବିଟେକ ପଢ଼ିବାର ସୁଯୋଗ ପାଇଥିଲେ। ଏହିଠାରେ ହିଁ ସ୍ତ୍ରୀ ଅଞ୍ଜଳିଙ୍କ ସହ ତାଙ୍କ ପ୍ରଥମ ଭେଟ ହୋଇଥିଲା। ଦୁହେଁ ଗୋଟିଏ କ୍ଲାସରେ ପଢୁଥିଲେ। ପ୍ରଥମେ ଉଭୟ ଭଲ ବନ୍ଧୁ ଥିଲେ। ଧୀରେ ଧୀରେ ଏହା ପ୍ରେମରେ ପରିଣତ ହୋଇଥିଲା। ପ୍ରଥମେ ସୁନ୍ଦର ଅଞ୍ଜଳିକୁ ପ୍ରପୋଜ କରିଥିଲେ। ଆଉ ସେ ହଁ ବି କହିଥିଲେ। ସେତେବେଳେ ଫୋନ ନ ଥିବାରୁ ଅଞ୍ଜଳିଙ୍କୁ ଭେଟିବାକୁ ହଷ୍ଟେଲ ଯିବାକୁ ପଡୁଥିଲା ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସ୍କଲାରଶିପ ମିଳିଥିଲା। ସେ ସମୟରେ ତାଙ୍କ ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲା। ଏପରିକି ବିଦେଶରେ ପଢିବା ପାଇଁ ବିମାନ ଟିକେଟ କିଣିବାକୁ ମଧ୍ୟ ତାଙ୍କ ନିକଟରେ ଅର୍ଥ ନ ଥିଲା। ସେ ଉଧାର କରି ପଢିବାକୁ ଯାଇଥିଲେ। ୧ ଏପ୍ରିଲ ୨୦୦୪ରେ ପ୍ରଥମଥର ଗୁଗଲ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ସୁନ୍ଦର ପିଚାଇ। ପ୍ରଥମ ୩ଟି ଇଣ୍ଟରଭ୍ୟୁରେ ଫେଲ ହୋଇଥିଲେ ମଧ୍ୟ ଚତୁର୍ଥ ଇଣ୍ଟରଭ୍ୟୁ ପାସ କରି ଗୁଗଲରେ ସେ ଚାକିରି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri