Posted inଫୁରସତ

ପ୍ରେମିକାଙ୍କୁ ପ୍ରପୋଜ କଲାପରେ ଗୁଗୁଲ ସିଇଓଙ୍କୁ କ’ଣ ମିଳିଥିଲା ଉତ୍ତର

ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ରୋଚକ। ତାମିଲନାଡୁର ମଦୁରାଇଠାରେ ୧୯୭୨ ଜୁଲାଇ ୧୨ରେ ଜନ୍ମ ହୋଇଥିଲେ ସୁନ୍ଦର ପିଚାଇ। ତାଙ୍କ ସ୍କୁଲ ଓ କଲେଜ ଶିକ୍ଷା ଚେନ୍ନାଇରେ ହୋଇଥିଲା। ସେଠାରେ ଦୁଇ ବଖରା ଘରେ ତାଙ୍କୁ ରହିବାକୁ ପଡୁଥିଲା। ଏପରିକି ସେଠାରେ ଟିଭି କିମ୍ବା ଟେଲିଫୋନ ମଧ୍ୟ ନ ଥିଲା। କଠିନ ପରିଶ୍ରମ କରି ସେ ଖଡଗପୁର ଆଇଆଇଟିରେ ବିଟେକ ପଢ଼ିବାର ସୁଯୋଗ ପାଇଥିଲେ। ଏହିଠାରେ ହିଁ ସ୍ତ୍ରୀ ଅଞ୍ଜଳିଙ୍କ ସହ ତାଙ୍କ ପ୍ରଥମ ଭେଟ ହୋଇଥିଲା। ଦୁହେଁ ଗୋଟିଏ କ୍ଲାସରେ ପଢୁଥିଲେ। ପ୍ରଥମେ ଉଭୟ ଭଲ ବନ୍ଧୁ ଥିଲେ। ଧୀରେ ଧୀରେ ଏହା ପ୍ରେମରେ ପରିଣତ ହୋଇଥିଲା। ପ୍ରଥମେ ସୁନ୍ଦର ଅଞ୍ଜଳିକୁ ପ୍ରପୋଜ କରିଥିଲେ। ଆଉ ସେ ହଁ ବି କହିଥିଲେ। ସେତେବେଳେ ଫୋନ ନ ଥିବାରୁ ଅଞ୍ଜଳିଙ୍କୁ ଭେଟିବାକୁ ହଷ୍ଟେଲ ଯିବାକୁ ପଡୁଥିଲା ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସ୍କଲାରଶିପ ମିଳିଥିଲା। ସେ ସମୟରେ ତାଙ୍କ ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲା। ଏପରିକି ବିଦେଶରେ ପଢିବା ପାଇଁ ବିମାନ ଟିକେଟ କିଣିବାକୁ ମଧ୍ୟ ତାଙ୍କ ନିକଟରେ ଅର୍ଥ ନ ଥିଲା। ସେ ଉଧାର କରି ପଢିବାକୁ ଯାଇଥିଲେ। ୧ ଏପ୍ରିଲ ୨୦୦୪ରେ ପ୍ରଥମଥର ଗୁଗଲ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ସୁନ୍ଦର ପିଚାଇ। ପ୍ରଥମ ୩ଟି ଇଣ୍ଟରଭ୍ୟୁରେ ଫେଲ ହୋଇଥିଲେ ମଧ୍ୟ ଚତୁର୍ଥ ଇଣ୍ଟରଭ୍ୟୁ ପାସ କରି ଗୁଗଲରେ ସେ ଚାକିରି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri