ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୬ଦଳ ଅଂଶ ଗ୍ରହଣ କରିଥିଲେ।

ଫାଇନାଲ ଖେଳ ଉଦ୍ୟାନବନ୍ଧ ଏବଂ ଝଗ୍ରାହୀ ମଧ୍ୟରେ ହୋଇଥିଲା। ଝଗ୍ରାହୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ ହରାଇ ୧୫୦ ରନ୍‌ କରିଥିଲା। ଜବାବରେ ଉଦ୍ୟାନବନ୍ଧ ଦଳ ୧୧.୫ ଓଭରରେ ୨ ଉଇକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରି ଚାମ୍ପିୟନ ହୋଇଛି।

ଗୁଡାରାଏଜ ୟୁନିଟେଡ କ୍ଲବ ସଭାପତି ଯୁବରାଜ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ଅନ୍ୟତମ ଅତିଥି ଓ କୁରେଶ୍ୱର ସରପଞ୍ଚ ସତ୍ୟବାନ ସାହୁ, ଢୋର୍ଲାମୁଣ୍ଡା ପୂର୍ବତନ ସରପଞ୍ଚ ସାନ ମହାନନ୍ଦ, ସୁନାବେଡ଼ା କନ୍ୟା ଆଶ୍ରମ ବିଦ୍ୟାଳୟ ଅଧ୍ୟକ୍ଷ ଲତା ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚାମ୍ପିୟନ ଓ ରନର୍ସ ଅପ ଦଳକୁ ମୁଖ୍ୟଅତିଥି ନଗଦ ରାଶି ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ରଶ୍ମି ରଞ୍ଜନ ସ୍ବାଇଁ ଓ ଆକାଶ ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ।