ଚାଇନାରେ ହେଉଥିଲା ସୂର୍ଯ୍ୟ ଦେବଙ୍କ ଉପାସନା

ବେଜିଂ,୨୦।୧୨: ପୁରାତନ ଚାଇନାରେ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଉଥିଲା। ଉତ୍ତର-ପଶ୍ଚିମ ଚାଇନାର ଝିଜିୟାଙ୍ଗ୍‌ ଉଇଗର ଅଞ୍ଚଳରୁ ଏକ ସ୍ମୃତିସୌଧରୁ ଏସମ୍ପର୍କରେ ତଥ୍ୟ ମିଳିଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ସୂଚନା ଦେଇଛନ୍ତି। ଏହି ସ୍ମୃତିସୌଧ ପ୍ରାୟ ୩୫୦୦ ବର୍ଷ ପୁରାତନ ବୋଲି କୁହାଯାଉଛି। ଇଲିସ୍ଥିତ କଜାକ ଅଟୋନୋମସ୍‌ ପ୍ରିଫେକଚର୍‌ ଅଞ୍ଚଳର ନିଲ୍କା କାଉଣ୍ଟିଠାରେ ଏହି ସ୍ମୃତିସୌଧର ସନ୍ଧାନ ୨୦୧୫ରେ ମିଳିଥିଲା। ଏହାର ୭ଟି ପଥରର ୧୭ଟି ଧାଡ଼ିକୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ପରୀକ୍ଷା ନିରୀକ୍ଷା କରି ବହୁ ଅଜଣା ତଥ୍ୟ ଜାଣିପାରିଛନ୍ତି। ପୁରାତନ ଚାଇନାରେ ଲୋକେ ସୂର୍ଯ୍ୟ ପୂଜା କରୁଥିବା ଗବେଷକ ଦଳର ନେତୃତ୍ୱ ନେଉଥିବା ରୁଆନ୍‌ କେଉରାଙ୍ଗ୍‌ ସୂଚନା ଦେଇଛନ୍ତି। ସ୍ମୃତିସୌଧକୁ ଲାଲ ରଙ୍ଗ ମାଟିରେ ଘୋଡ଼ାଇ ଦିଆଯାଇଥିବା ସେ କହିଛନ୍ତି।

Share