ଏନ୍‌ଏଚ୍‌ରେ ଅବତରଣ କଲା ସୁଖୋଇ-ହରକ୍ୟୁଲେସ୍‌, ସୀମାରେ ବାୟୁସେନା ଘାଟି…

ବାଡ଼ମେର,୯।୯: ଦେଶରେ ପ୍ରଥମ ଜାତୀୟ ରାଜପଥକୁ ବାୟୁସେନାକୁ ପ୍ରଦାନ କରାଯାଇଛି। ଏବେ ଏଠାରେ ସୁଖୋଇ ଏବଂ ହରକ୍ୟୁଲେସ ଭଳି ଯୁଦ୍ଧ ବିମାନ ଅବତରଣ କରିହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ବାଡମେରସ୍ଥିତ ଜାଲୋରରେ ନିର୍ମିତ ହୋଇଥିବା ଏହି ଜାତୀୟ ରାଜପଥକୁ ଗୁରୁବାର ଲୋକାର୍ପିତ କରଛନ୍ତି।

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଏବଂ ବାୟୁସେନା ଅଧିକାରୀଙ୍କ ମିଳିତ ଭାବେ ଏହି ଏୟାର ଷ୍ଟ୍ରିପ ପ୍ରସ୍ତୁତ କରାଯାଇଛି। ଏହି ଏୟାର ଷ୍ଟ୍ରିପରେ ସୁଖୋଇ-୩୦ ଏବଂ ସୁପର ହରକ୍ୟୁଲେସ୍‌-ସି ୧୩୦ ଜେ ଅବତରଣ କରିଛି। ଏହି ଏୟାର ଷ୍ଟ୍ରିପ ଆରମ୍ଭ ହେବା ପରେ ବାୟୁସେନା ଏଥିରୁ ବହୁ ଲାଭ ପାଇ ପାରିବ। ସୀମାରେ ବାୟୁସେନା ଘାଟି ରହିବା ଦ୍ୱାରା ଏବେ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

ଏହାପୂର୍ବରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଏୟାର ଷ୍ଟ୍ରିପ ରହିଛି, ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରିବା ସହିତ ଉଡ଼ାଣ ମଧ୍ୟ କରିପାରିବେ। ତେବେ ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ରହିଛି। ଯମୁନା ଏକ୍ସପ୍ରେସୱେ ବ୍ୟତୀତ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ହେବ।

ଲକ୍ଷ୍ନୌ- ଗାଜିପୁର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କୁରେଭାର ନିକଟରେ ସରକାରଙ୍କ ନିର୍ଦ୍ଦେଶରେ ନିର୍ମିତ ଏୟାର ଷ୍ଟ୍ରିପ ଉପରେ ବାୟୁସେନା ଯୁଦ୍ଧ ବିମାନ ଅବତରଣ କରିବାକୁ ସକ୍ଷମ ହେବ। ଜରୁରୀ କାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ସରକାର ଏସବୁ ଏୟାର ଷ୍ଟ୍ରିପ ନିର୍ମାଣ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଥରେ ଟ୍ରେନର ବିମାନ ଅବତରଣ କରାଯାଇଛି।

ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ୩୩୦୦ ମିଟର ଲମ୍ବା ଏୟାର ଷ୍ଟ୍ରିପ ନିର୍ମାଣ କରାଯାଉଛି। ଏଠାରେ ଫ୍ରାନ୍ସର ଆଧୁନିକ ରାଫାଲ ବିମାନ ମଧ୍ୟ ଅବତରଣ କରିପାରିବ। ବାୟୁସେନାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଫେଲ ପାଇଁ ବି.କେ.ଟି ବାୟୁସେନା ଷ୍ଟେସନ ପ୍ରସ୍ତୁତ ହୋଇସାରିଛି। ଆଗାମୀ ଦିନରେ, ରାଫାଲ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମଧ୍ୟ ଅବତରଣ କରାଯାଇପାରିବ।

Share