ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ଋଣ ଭାର ସହି ନ ପାରି ଜଣେ ଯୁବକ ଶୁକ୍ରବାର ସକାଳୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରଠାରୁ କିଛି ଦୁରରେ ଏକ ଆକାଶିଆ ଗଛରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ଗ୍ରାମର ମଙ୍ଗୁଳୁ ବାରିକଙ୍କ ପୁଅ ରସାନନ୍ଦ ବାରିକ (୨୯) ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ରାସାନନ୍ଦ ୫ ମାସ ପୂୁର୍ବରୁ ଋଣ କରି କିସ୍ତିରେ ଏକ ବାଇକ ଆଣିଥିଲେ। ଉକ୍ତ ଗାଡିର କିସ୍ତି ସୁଝି ନ ପାରିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଘରଠାରୁ କିଛି ଦୂରରେ ଏକ ଆକାଶିଆ ଗଛରେ ଏପରି କାଣ୍ଡ ଘଟାଇଥିଲେ ।
ଘଟଣା ସ୍ଥଳରେ ପାଟଣା ଥାନା ଏଏସଆଇ ଧନେଶ୍ୱର ପାତ୍ର ପହଞ୍ଚି ମୃତଦେହ ଜବତ କରି ପାଟଣା ମେଡ଼ିକାଲରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
Dharitri – Odisha’s No.1, Most Trusted Odia Daily