ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଦଳୀୟ ନେତା କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ନବ ନିଯୁକ୍ତ ଟାଉନ ପ୍ରେସିଡେଣ୍ଟ ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନଗର ସଭାପତି ଘୋଷଣା ହେବା ପରେ ଦଳର ସଭାପତି ନବୀନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ସୁଧୀର କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ଗଞ୍ଜାମ ଏନଏସି ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଯୁବ ନେତା ନିରଞ୍ଜନ ପରିଡା, ଏନଏସି ଉପାଧ୍ୟକ୍ଷ ଓ କାଉନସିଲରମାନେ ଶୁଭେଚ୍ଛା ଜଣାଇ