ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌: ଆଉ ତା’ପରେ..

ଜୟପୁର,୨୮।୧୦: ରାଜସ୍ଥାନର ଜୟପୁରରେ ଆଉ ଏକ ବଡ଼ ବସ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ହଠାତ୍‌ ନିଆଁ ଲାଗିଗଲା। ହାଇ-ଟେନସନ ତାର ଛୁଇଁବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଶ୍ରମିକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି ଏବଂ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ଜୟପୁର ସହରରୁ ୬୫ କିଲୋମିଟର ଦୂର ମନୋହରପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ପାଞ୍ଚରୁ ଛଅଟି ଗ୍ୟାସ ସିଲିଣ୍ଡର ମଧ୍ୟ ଗଚ୍ଛିତ ଥିଲା। ଅଗ୍ନିକାଣ୍ଡ ପରେ, ଏହି ଗ୍ୟାସ ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ପଠାଯାଉଛି। ମୃତ୍ୟୁ ଏବଂ ପୋଡ଼ି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଜୟପୁର ବସ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏକ୍ସ-ପୋଷ୍ଟରେ ଲେଖିଛନ୍ତି, ଜୟପୁରର ମନୋହରପୁରରେ ବସ ଦୁର୍ଘଟଣାରେ ପ୍ରାଣ ହରାଇବା ଖବର ଅତ୍ୟନ୍ତ ଦୁଃଖଦ। ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – Odisha’s No.1 Odia Daily