ହଠାତ୍‌ କର୍ମଚାରୀଙ୍କ ଘରେ ପହଞ୍ଚିଲେ ରତନ ଟାଟା, ଆଉ ତା’ପରେ

ପୁନେ,୧୩।୧:ଶିଳ୍ପପତି ରତନ ଟାଟା ନିଜର ସରଳତା ଏବଂ ମାନବିକତା ଗୁଣ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ପୁଣି ଥରେ ଉଦାହରଣ ସୃଷ୍ଟି କରିନ୍ତି। ରତନ ଟାଟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ଯିଏ ଦେଖୁଛି, ସେ ରତନ ଟାଟାଙ୍କୁ ପ୍ରଶଂସା କରୁଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କର୍ମଚାରୀଙ୍କ ଘରେ ହଠାତ୍‌ ପହଞ୍ଚି ତାଙ୍କ ସ୍ବସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସୂଚନାନୁସାରେ, କିଛି ଦିନ ପୂର୍ବେ ରତନ ଟାଟା ଅଫିସ କର୍ମଚାରୀଙ୍କଠାରୁ ସୂଚନା ପାଇଥିଲେ ଯେ ତାଙ୍କର ଜଣେ ଅଫିସ ସଦସ୍ୟ ୨ ବର୍ଷ ଧରି ଅସୁସ୍ଥ ଅଛନ୍ତି। ତାଙ୍କ କର୍ମଚାରୀଙ୍କ ଅସୁସ୍ଥତା ଶୁଣି ରତନ ଟାଟା ନିଜକୁ ରୋକି ପାରି ନ ଥିଲେ ଏବଂ ତାଙ୍କ ଘରେ ତାଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ପୁଣେରେ ପହଞ୍ଚିଥିଲେ। ଘରେ ରତନ ଟାଟା ଦେଖି କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଟାଟା ଏହି ଯାତ୍ରାକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିଛନ୍ତି। ସେ ସିଧାସଳଖ ପୁଣେର ସୋସାଇଟିକୁ ଯାଇଥିଲେ ଯେଉଁଠାରେ ଏହି ପୂର୍ବତନ କର୍ମଚାରୀମାନେ ରୁହନ୍ତି। ସମ୍ପୃକ୍ତ କର୍ମଚାରୀ ମଧ୍ୟ ନିଜ ଘରେ ରତନ ଟାଟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ଘରର ଖାଦ୍ୟ ତାଙ୍କୁ ପରଷି ଥିଲେ। ରତନ ଟାଟାଙ୍କ ଏହି ଫଟୋ ଦେଖି ଲୋକମାନେ କହୁଛନ୍ତି ଯେ କେବଳ ଗୋଟିଏ ହୃଦୟ ଏବଂ ଆପଣ କେତେଥର ଜିତିବେ ବୋଲି କହିଛନ୍ତି। ଯେଉଁ ଗଛରେ ଫଳ ଥାଏ, ତାହା ନଇଁ କି ଥାଏ ବୋଲି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି।