ହଠାତ୍‌ ହରଭଙ୍ଗୀ ଡ୍ୟାମ ଭିତରକୁ ପଶିଗଲା କଣ୍ଟେନର: ଆଉ ତା’ପରେ..

ମୋହନା,୨୫।୯୨୫(ମନ୍ମଥ ମିଶ୍ର): ରାୟଗଡାରୁ ବ୍ରହ୍ମପୁର ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ଗ୍ରାମ ନିକଟରେ l ଗତ ବିଳମ୍ବିତ ରାତିରେ ଡ୍ରାଇଭର ସଞ୍ଜୀବ ଯାଦବ କଣ୍ଟେନର ନେଇ ରାୟଗଡାରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ଭାରସାମ୍ୟ ହରାଇ କଣ୍ଟେନର ଡ୍ୟାମ ଭିତରେ ପଡିଯାଇଛି l ଖବର ପାଇ ଅଡବା ଥାନା ପୋଲିସ ଓ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ରାତି ପ୍ରାୟ ୧୨ ଟାରେ କେଣ୍ଟେନର ନେଇ ଆସୁଥିବାବେଳେ ବିପରୀତ ଦିଗରୁ ଏକ କାର ଆସୁଥିଲା l କାରକୁ ସାଇଡ ଦେବାବେଳେ କଣ୍ଟେନର ଡ୍ୟାମ ଭିତରେ ପଶିଯାଇଥିବା ଡ୍ରାଇଭର କହିଛନ୍ତି l ଡ୍ୟାମରେ ପ୍ରାୟ ୫୦ ଫୁଟରୁ ଅଧିକ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରୁନି l ଉଦ୍ଧାର କାର୍ଯ୍ୟ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଥିବାବେଳେ ରାସ୍ତାରେ କୌଣସି ସୂଚନା ଫଳକ ନ ଥିବା ଯୋଗୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଟିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା l