ଭାରତର ପ୍ରତିନିଧିତ୍ୱ କରିବେ ସୁଦର୍ଶନ

ପୁରୀ,୨୭ା୨(ଅଜିତ୍‌ କୁମାର ମହାନ୍ତି): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ୍‌ରେ ହେବାକୁ ଥିବା କନ୍‌ଟେମ୍ପରାରି ଭେନିସ୍‌-୨୦୨୬ର ୧୮ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ। ଏହା ମାର୍ଚ୍ଚ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସୁଦର୍ଶନ ଏଥର ବିଶ୍ୱ ମଞ୍ଚରେ ଏକ ନୂତନ ଶିଳ୍ପ ଅଭିବ୍ୟକ୍ତି ପ୍ରଦର୍ଶନ କରିବେ। ପ୍ରଥମ ଥର ପାଇଁ ତାଙ୍କର ‘ଯୁଗଳବନ୍ଦୀ’ ଚିତ୍ରମାଳା ରଙ୍ଗ ଓ ବାଲୁକାର ଏକ ବିଶିଷ୍ଟ ସମ୍ମିଶ୍ରଣର କଳାକୃତି ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ପାଇଁ ତାଙ୍କର ୫ଟି କୃତି ଚୟନ ହୋଇଛି।

ପାଲାଜୋ ଆଲବ୍ରିଜ କାପେଲୋରେ ହେବାକୁ ଥିବା ଏହି ପ୍ରଦର୍ଶନୀରେ ୩୦ରୁ ଅଧିକ ଦେଶର ଶିଳ୍ପୀ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀ ଆଇଟି, ଓଆଇକ୍ୟୁୟୁଆଇଡି ଗ୍ରୁପ ଦ୍ୱାରା ଏସିଆଇ ଭେନେସି -ଇଟାଲୀ – ଜର୍ମାନ ସାଂସ୍କୃତିକ ସଂଗଠନ ସହଯୋଗରେ ଆୟୋଜିତ ହେଉଛି। ଏଥିରେ ଭାଗନେବା ନେଇ ସୁଦର୍ଶନ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି।

Share