Categories: Home Leftଖେଳ

ସୁବର୍ଣ୍ଣପୁର, ପୁରୀ ଚାମ୍ପିୟନ

ଭୁବନେଶ୍ୱର, ୧୯।୯(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତିଯୋଗିତା ସୋମବାର ପୁରୀଠାରେ ଶେଷ ହୋଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଘ ଓ ପୁରୀ ଜିଲା ବିଦ୍ୟାଳୟ କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାର ୧୪ ବର୍ଷରୁ କମ୍‌ ବୟସ ବାଳକ ବର୍ଗରେ ପୁରୀ ଦଳଗତ ବିଜେତା ଏବଂ ଭୁବନେଶ୍ୱର ରନରଅପ୍‌ ହୋଇଥିଲା। ସେହିଭଳି ୧୭ ବର୍ଷରୁ କମ୍‌ ବୟସ ବାଳିକା ବର୍ଗରେ ସୁବର୍ଣ୍ଣପୁର ଚାମ୍ପିୟନ ଓ ପୁରୀ ରନରଅପ୍‌ ଏବଂ ବାଳକରେ ପୁରୀ ଦଳଗତ ବିଜେତା ଓ ଗଞ୍ଜାମ ରନରଅପ୍‌ ହୋଇଛି।
ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଗଣଶିକ୍ଷା ବିଭାଗ କ୍ରୀଡ଼ା ଯୁଗ୍ମ ନିର୍ଦ୍ଦେଶକ କୈଳାସ ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ପୁରୀ ଜିଲା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ମିଶ୍ର, ମହେନ୍ଦ୍ର କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ।