କେସିଙ୍ଗା,୧୭।୯(ତୁମେଶ୍ବର ସାହୁ): ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀମାନେ କେସିଙ୍ଗା ସହର ସ୍ଥିତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସଭା ଗୃହରେ ବୁଧବାର କେକ୍ କାଟି ସେଲିବ୍ରେଟ୍ କରିଛନ୍ତି। ଏଥିରେ ସିଡିପିଓ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ କେକ କାଟି ଥିଲେ। ମହିଳା ଓ ଯୁବତୀ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସମଗ୍ର କେସିଙ୍ଗା ବ୍ଲକରେ ସୁଭଦ୍ରା ଯୋଜନା ପାଇଁ ୩୦ ହଜାର ୭୧୭ ଜଣ ହିତାଧିକାରୀ ଆବେଦନ କରିଥିଲେ। ସେଥି ମଧ୍ୟରୁ ପ୍ରଥମ କିସ୍ତିରେ ୨୮ ହଜାର ୯୦୬ ଜଣ ୫ହଜାର ଲେଖାଏ ପାଇଥିଲେ। ଦ୍ୱିତୀୟ କିସ୍ତିରେ ୨୮ ହଜାର ୬୪୯ ଜଣ ହିତାଧିକାରୀ ୫ ହଜାର ଲେଖାଏ ପାଇଥିଲେ। ତୃତୀୟ କିସ୍ତିରେ ବ୍ଲକ ର ୨୭ ହଜାର ୨୯୩ ଜଣ ହିତାଧିକାରୀ ୫ ହଜାର ପାଇ କିଭଳି ସ୍ବାବଲମ୍ବୀ ହୋଇଛନ୍ତି ସେ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ବ୍ଲକର ୩୫ ଜଣ ମହିଳା, ଯୁବତୀ ହିତାଧିକାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ସୁଭଦ୍ରା ଯୋଜନା ର କୋର୍ଡିନେଟର ତ୍ରିଲୋଚନ ନାଏକ,ମୁଖ୍ୟ ରଣାଙ୍କ ସମେତ ସମସ୍ତ ସୁପରଭାଇଜର ଯୋଗଦାନ କରିଥିଲେ।