ଦାରିଙ୍ଗବାଡି, ୧୭।୯(ଅରୁଣ ସାହୁ): ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଠନ କରିବା ପରେ ଲୋକଙ୍କୁ ପ୍ରତିଶୃତି ଦେଇଥିବା ସୁଭଦ୍ରା ଯୋଜନାର ଆଜିର ଦିନରେ ପ୍ରଥମଥର ପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିଲା ଆଜି ତାହା ଏକ ବର୍ଷରେ ପଦାର୍ପଣ କରିଛି। ଭାଜପା ସରକାରଙ୍କ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ବହୁ ମହିଳାଙ୍କୁ ସହାୟତା ରାଶି ପ୍ରଦାନ ପରେ ବିଭିନ୍ନ ବ୍ୟବସାୟୀ କରି ସ୍ୱାବଲମ୍ବୀ ହୋଇଥିବା ବେଳେ ଏକାଧିକ ମହିଳା ଏହି ସହାୟତା ରାଶି ପାଇବା ପରେ ଲକ୍ଷ୍ୟପତି ଦିଦି ଭାବେ ନାମ ଘୋଷଣା କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ସମ୍ମନ୍ୱିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଉତ୍ସବ ପାଳିତ ହୋଇଥିଲା। ଏଥିରେ ସୁଭଦ୍ରା ଯୋଜନାର ଉପଭୋକ୍ତାଙ୍କ ସମେତ ଅଙ୍ଗନାୱାଡି କର୍ମୀ, ସୁପରଭାଇଜର ଓ କାର୍ଯ୍ୟଳୟର କର୍ମଚାରୀ ସାମିଲ ହୋଇ ଏହାର ଏକ ବର୍ଷ ପୂର୍ତ୍ତି ଦିବସ ବା ସୁଭଦ୍ରା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଉପଭୋକ୍ତାମାନଙ୍କୁ ସିଡିପିଓ ବିଭିନ୍ନ ପରାମର୍ଶ ଦେଇ ସରକାରଙ୍କ ସୁଭଦ୍ରା ଯୋଜନାର ଫାଇଦା ସମ୍ପର୍କରେ କହିଥିଲେ ସେହିପରି ଉପଭୋକ୍ତାମାନେ ମଧ୍ୟ ଏହି ଯୋଜନା ରେ କିଭଳି ଫାଇଦା ପାଇଛନ୍ତି ଓ ନିଜେ ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି ସେ ନେଇ ନିଜ ଅନୁଭୂତି କଥା ବଖାଣିଥିଲେ।