କେସିଙ୍ଗା,୧୮।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ସୁବାସ ଜୈନଙ୍କୁ ଟାଉନ ସଭାପତି ଭାବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି। ଏ ନେଇ ସମଗ୍ର ଅଞ୍ଚଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଜୈନ ବରିଷ୍ଠ କଂଗ୍ରେସ ସଭ୍ୟଭାବେ ଦୀର୍ଘବର୍ଷ ଧରି କଂଗ୍ରେସରେ କାମ କରି ଆସୁଛନ୍ତି। ଆଗାମୀ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେରେ କଂଗ୍ରେସର ବହୁ ସଦସ୍ୟଙ୍କୁ ସରପଞ୍ଚ ଓ ଅଧ୍ୟକ୍ଷ ପଦବୀରେ ବିଜୟରେ ସହଯୋଗ କରିବା ପାଇଁ ଜୈନ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଜୈନ ଟାଉନ ସଭାପତି ଭାବେ କାମ କରୁଥିଲେ। ପୁନଃ ଟାଉନ ସଭାପତି ଭାବେ ସୁବାସ ଜୈନଙ୍କୁ ପିସିସି ସଭାପତି ନିଯୁକ୍ତି ଦେଇଥିବାରୁ କଂଗ୍ରେସ ମହଲରେ ଖୁସିର ଲହରି ଖେଳି ଯାଇଛି। ଜୈନ ଭବାନୀପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ସାଗର ଚରଣ ଦାସ, କଳାହାଣ୍ଡି ଜିଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ସମେତ ଜିଲା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଖବର କଂଗ୍ରେସ ବରିଷ୍ଠ ସଦସ୍ୟ ମାନେ ଶୁଣିଲା ପରେ ଏକ୍ଜ୍ୟୁକେଠିଭ୍ ସଦସ୍ୟ ରାମ କୁମାର ଜୈନ, କୈଳାସ ଚନ୍ଦ୍ର ଅଗ୍ରୱାଲ, କାଉନ୍ସିଲର ରୋହିତ ଜୈନ, ଧରଣୀ ନାଏକ, ପୂର୍ବତନ ନଗର ପାଳ ରାମଜୀ ମାତଖଣ୍ଡିଆ, ସାଧାରଣ ସମ୍ପାଦକ ବିଜୟଦୀପ ପ୍ରମୁଖ ଜୈନଙ୍କୁ ସ୍ବାଗତ କରିଛନ୍ତି। ଏ ସଂକ୍ରାନ୍ତରେ ଟାଉନ ସଭାପତି ସୁବାସ ଜୈନଙ୍କୁ ପଚାରିବାରୁ ମୁଁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ କର୍ମୀଙ୍କୁ ବହୁ ସଂଖ୍ୟାରେ ବିଜୟ କରାଇବି ବୋଲି ପ୍ରକାଶ କରିଛନ୍ତି।