ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜେଜେ ମା’ ଓ ତାଙ୍କ ନାତିଙ୍କ ମଧ୍ୟରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳୁଛି। ନାତି ଛାତଉପରୁ ଡେଇଁବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଜେଜେମା’ ତାଙ୍କୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନାତି ତାଙ୍କ କଥା କଥା ନ ଶୁଣି ଛାତ ଉପରୁ ଡେଇଁ ପଡୁଛନ୍ତି।
ଭାଇରାଲ ଭିଡିଓରେ ନାତି ଛାତ ଉପରୁ ଡେଇଁବାକୁ ଚେଷ୍ଟା କରୁଥିବାବେଳେ ଜେଜେମା’ ତାଙ୍କୁ ତଳୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଜେଜେମା ଭୟଭୀତ ହୋଇ ବାରମ୍ବାର କହୁଛନ୍ତି ଯେ ସେ ଡେଇଁବା ଉଚିତ ନୁହେଁ। କାରଣ ଏହା ବିପଜ୍ଜନକ ହୋଇପାରେ। ତେବେ ନାତି ଜେଜେମା’ଙ୍କ କଥାକୁ ଅଣଦେଖା କରି ଛାତଉପରୁ ଡେଇଁବାକୁ ପୂରା ପ୍ରସ୍ତୁତ ହୋଇଯାଇଥାନ୍ତି। ସେ ଡେଇଁପଡ଼ିବା ବେଳେ ତାଙ୍କ ସୁରକ୍ଷିତ ଅବତରଣ ଦେଖି ତାଙ୍କ ଜେଜେମା’ ଟିକେ ଆଶ୍ୱସ୍ତି ଅନୁଭବ କରନ୍ତି। ନାତି ସୁରକ୍ଷିତ ଭାବେ ଡେଇଁବା ମାତ୍ରେ ଜେଜେମା ରାଗରେ ଝାଡ଼ୁ ଧରି ତାଙ୍କ ପିଛା କରନ୍ତି। ଏହି ଭିଡିଓକୁ rahul_flipper01 ନାମକ ଏକ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି, ଯାହା ଏବେ ଭାଇରାଲ ହୋଇଛି।