ବର୍ଷାରେ ଛତା ଧରି ଅପେକ୍ଷା କଲେ ଛାତ୍ରୀଛାତ୍ର: ବହୁ ବିଳମ୍ବରେ ଖୋଲିଲା ମୁଖ୍ୟ ଫାଟକ ପରେ….

ଦାରିଙ୍ଗବାଡି, ୮।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ   ଶୁକ୍ରବାର ସକାଳ ସମୟରେ ବର୍ଷା ଲାଗିରହିଥିଲା ।ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।ଏହି ଭଳି ସ୍ଥିତିରେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖାଯାଇଛି । ସକାଳ ୯ଟାଠାରୁ ସାଢେ ୯ ମଧ୍ୟରେ ବିଦ୍ୟାକୟକୁ ଛାତ୍ରୀଛାତ୍ର ମାନେ ପହଞ୍ଚିଥିଲେ ମଧ୍ୟ ମୁଖ୍ୟଫାଟକ ବନ୍ଦ ଯୋଗୁଁ ଛାତ୍ରୀଛାତ୍ରଙ୍କୁ ବାହାରେ ଛତା ଧରି କୋହଲା ପାଗରେ ଅପେକ୍ଷା କରିବାକୁ ପଡିଥିଲା ଏଭକି ୧୦ଟା ସମୟ ହୋଇଥିଲେ ମଧ୍ୟ ବିଦ୍ୟାକୟର କୌଣସି ଶିକ୍ଷକ କିମ୍ବା ପିଅନ ପହଞ୍ଚି ନ ଥିଲେ ପରେ ପିଅନଙ୍କ ପୁଅ ଉକ୍ତ ବିଦ୍ୟାକୟରେ ପାଠ ପଢ଼ୁଥିବା ବେଳେ ସେ ୧୦ ୟଟାରେ ଫାଟକର ତାଲା ଖୋଲିଥିଲେ ଓ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ପରିସର ଭିତରକୁ ଯାଇଥିଲେ ବିଳମ୍ବ ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ମାନେ ପହଞ୍ଚିବା ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ସେହିପରି ବିଦ୍ୟାଳୟ ପରିସର ମଧ୍ୟରେ ଅଙ୍ଗନାୱାଡି କେନ୍ଦ୍ର ରହିଥିବାରୁ ବିଦ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ଅଙ୍ଗନାୱାଡି କର୍ମୀ ପାର୍ବତୀ ମଲିକ ମଧ୍ୟ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପିଅନଙ୍କୁ ଅପେକ୍ଷା କରିଥିବା ଓ ଅଙ୍ଗନାୱାଡିକୁ ଅସୁଥିବା ଶିଶୁ ମାନେ ହଇରାଣ ଭୋଗୁଥିବା ଅଙ୍ଗନାୱାଡି କର୍ମୀ ଅଭିଯୋଗ କରିଛନ୍ତି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର କଂହର କହିଛନ୍ତି ଯେ, ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ଫୁଲବାଣୀ ଡିଇଓଙ୍କ କାର୍ଯ୍ୟାଳୟରେ ମିଳୁଛି ତେଣୁ ପିଅନ ଫୁଲବାଣୀ ଯିବାରୁ ବିଦ୍ୟାଳୟକୁ ସମୟ ପୂର୍ବରୁ ଖୋଲାଯାଇପାରି ନ ଥିବା ଓ ଛାତ୍ରୀଛାତ୍ର ମାନେ ହଇରାଣ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ ଆଗାମୀ ଦିନରେ ଏଭଳି ବ୍ୟତିକ୍ରମ ନ ହେବା ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ ବୋଲି କହିଛନ୍ତ। ସୂଚନା ଯୋଗ୍ୟଯେ ଉକ୍ତ ବିଦ୍ୟାକୟରେ ମୋଟ ୩ ଶହ ୧୧ ଛାତ୍ରୀଛାତ୍ରରୁ ଶୁକ୍ରବାର ୧ ଶହ ୭୫ ଉପସ୍ଥିତ ରହିଥିବା ବେଳେ ୧୪ ଶିକ୍ଷତ୍ରିଶିକ୍ଷକଙ୍କ ମଧ୍ୟରୁ ୩ ଜଣ ବିଦ୍ୟାଳୟକୁ କୌଣସି କାରଣରୁ ଅନୁପସ୍ଥିତି ଥିବା ଜଣାପଡିଛି ।