ଅଧିକରୁ ଅଧିକ ବହି କିଣି ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ବୁଧବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁବ ଲେଖକମାନଙ୍କୁ ଉତ୍ସାହିତ କରାଯିବା ସହ ବହି କିଣି ଅଧିକ ଜ୍ଞାନ ଆହରଣ କରିବା ପାଇଁ ବକ୍ତାମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ବୈଠକରେ ଅଧ୍ୟକ୍ଷତା କରି ଆଜିର ଦିବସ ସମ୍ପର୍କରେ ସରକାରଙ୍କ ଲକ୍ଷ୍ୟ ଓ ତାହାର ସୁଫଳ କିଭଳି ଛାତ୍ରୀଛାତ୍ର ପାଇ ପାରିବେ ସେନେଇ କହିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସଭାକୁ ସଂଯୋଜନା କରିଥିଲେ। ପ୍ରାଧ୍ୟାପକ ବିଭାସ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ଦିପାଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟାପିକା କଳ୍ପନା ଷଣ୍ଢ, ରୋଜାଲିନ ମହାରଣା, ଅଧ୍ୟାପକ ବିଦେଶୀ ରାଉତ, ଦିଗନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share
Tags: book