ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଆର୍ଥିକ ବର୍ଷର ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରୀମାନେ ଭାଗ ନେଇ ନିଜ ସୁରକ୍ଷା ନିଜେ କିଭଳି କରିପାରିବେ ସେ ସମ୍ପର୍କରେ ତାଲିମଦାତା ସୁରଭି ଶବରଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଭାସ୍କର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ଓ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ତାଲିମ ନେଇଥିବା ଛାତ୍ରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ସବ୍‌ଇନ୍ସପେକ୍ଟର ଭୋଳାନାଥ ପଣ୍ଡା ଯୋଗଦେଇ ଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଆତ୍ମରକ୍ଷା ସମ୍ପର୍କିତ ପରାମର୍ଶ ପ୍ରଦାନ କରିଥିଲେ। ଅନ୍ୟଅତିଥିଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ପୂର୍ବତନ ସଭାପତି ରାମଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଇତିହାସ ଅଧ୍ୟାପକ ଅକ୍ଷୟ ବେହର ଦଳାଇ ମଞ୍ଚ ସଂଯୋଜନା କରିଥିଲେ। ଅଧ୍ୟାପକ ସୁଜ୍ଞାନ ସାହୁଙ୍କ ସମେତ ଅଧ୍ୟାପିକା, ଅଧ୍ୟାପକ ଏବଂ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share