ଜ୍ଞାନ ବିଜ୍ଞାନ ମେଳାରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ମେଳାରେ ଆଚାର୍ଯ୍ୟ ବାବୁଲା ପଣ୍ଡା ସଂଯୋଜନା କରିଥିଲେ।

ଉଦ୍‌ଘାଟନୀ ସମାରୋହରେ ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଦୋରା, ପୂର୍ବତନ ଛାତ୍ର ତଥା ଡ଼ା. ନୀଳମାଧବ ରଥ, ଆବାହକ ରଞ୍ଜନ କୁମାର ସାହୁ ଏବଂ ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ସଙ୍କୁଳ ପ୍ରମୁଖ ଇଶର ଭୂୟାଁ ଏବଂ ପରିଚାଳନା କମିଟି ଉପଦେଷ୍ଟା ସନ୍ତୋଷ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାମନ୍ଦିରରୁ ଶିଶୁ ବିଭାଗ, ବାଲ ବିଭାଗ ଏବଂ କିଶୋର ବର୍ଗରୁ ୩୩୦ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଗଣିତ, ବିଜ୍ଞାନ ଓ ସଂସ୍କୃତି ଜ୍ଞାନର ପ୍ରଶ୍ନ ମଞ୍ଚ, ପ୍ରକଳ୍ପ, ପ୍ରୟୋଗ, ପତ୍ରବାଚନ, କଥା କଥନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।

ବିଚାରକ ଭାବେ ୪୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ। ମେଳା ପ୍ରଦର୍ଶନର ପ୍ରଥମାର୍ଦ୍ଧରେ ଆଚାର୍ଯ୍ୟ ଶ୍ରୀଧର ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୀଳାଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ସିଆରସିସି ଅନୀଲ କୁମାର ଦାସ, ଶ୍ରୀକାନ୍ତ ସାମନ୍ତରା, ଗୋବିନ୍ଦ ସାହୁ, ଦ୍ୱିତିକୃଷ୍ଣ ଗୌଡ଼, କେଶବ ରାଓ, ଦୀପକ ଜେନା, ସୁଜାତା ପାଢୀ, ଗୋପାଳ ସାବତ, ସଦାଶିବ ପାଢ଼ୀଙ୍କ ସମେତ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।