ପୁରୁଣା ସ୍ମୃତି ବାଣ୍ଟିଲେ ଛାତ୍ର, କିଛି କ୍ଷଣ ପାଇଁ ପିଲାଦିନକୁ ଫେରିଯାଇ ହେଲେ ଭାବବିହ୍ବଳ

ପୁରୁଷୋତ୍ତମପୁର,୫ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ଆରଟି ବିଦ୍ୟାପୀଠ ୧୯୯୨ ମାଟ୍ରିକ୍‌ ବ୍ୟାଚ୍‌ ଛାତ୍ରଙ୍କ ପକ୍ଷରୁ ଏକ ବନ୍ଧୁମିଳନ ବୈଠକ ରବିବାର ତାରାତାରିଣୀଠାରେ ପ୍ରାକ୍ତନଛାତ୍ର ଜୟନାରାୟଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପରସ୍ପର ମଧ୍ୟରେ ପୁରୁଣା ସ୍ମୃତି ସବୁ ବାଣ୍ଟି କିଛି କ୍ଷଣ ପାଇଁ ସେହି ପିଲାଦିନକୁ ଫେରି ଯାଇ ଭାବବିହ୍ବଳ ହୋଇପଡ଼ିଥିଲେ। ଏହି ଅବସରରେ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାକର ଦାଶ ଓ ସହକାରୀ ଶିକ୍ଷକ ନରସିଂହ ଜେନା, ସନ୍ନ୍ୟାସୀ ନାୟକ, ବାସୁଦେବ ମିଶ୍ର, ଲକ୍ଷ୍ମୀଚରଣ ପାଣିଗ୍ରାହୀ, ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, ଗୋକୁଳ ପଣ୍ଡା ଯୋଗଦେଇ ଦିଗ୍‌ଗର୍ଶନ ଦେଇଥିଲେ। ଏହି ଅବସରରେ ଛାତ୍ରମାନେ ମଧ୍ୟ ନିଜର ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାକୁ ପ୍ରାକ୍ତନ ଛାତ୍ର ଜୟନାରାୟଣ ଦାଶ, ପୂର୍ଣ୍ଣଚନ୍ଦ୍ର ପାଳ, ଚକ୍ରପାଣି ନାୟକ, ପଦ୍ମନାଭ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ପୁରାତନ ଛାତ୍ର ଯୋଗଦେଇଥିଲେ।