ହାଟଡିହୀ,୨l୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଂଚାୟତ ହାଇସ୍କୁଲରେ ମହାମାନବ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ସମୂହ ରାମଧୁନ ଗାନ କରାଯାଇ କ୍ରାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏନସିସି ଛାତ୍ରୀଛାତ୍ରଙ୍କ ସହାୟତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି ବିଜୟା ଦଶମୀରେ ମା ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବା ପାଇଁ ପ୍ରାର୍ଥନା କରି ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ବିଷୟରେ ଉପସ୍ଥାପନା କରିଥିଲେ l ଏଥିରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବକିଶୋର ବିଶାଳ, ଶିକ୍ଷକ ମାଧବାନନ୍ଦ ଜେନା, ଶିଶିର କୁମାର ବିଶାଳ, ଲକ୍ଷ୍ମୀକାନ୍ତ ମିଶ୍ର,ପଦ୍ମନାଭ ପଣ୍ଡା,ଶାନ୍ତନୁ କୁମାର ରାଉତ,ପ୍ରଦୀପ କୁମାର ସୱାଇଁ ପ୍ରମୁଖ ପରିବେଶ ସୱଚ୍ଛ ରହିଲେ କିପରି ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ହେବ ସେ ନେଇ ନିଜ ନିଜର ମତ ରଖିଥିଲେ l ସତ୍ୟବ୍ରତ ବିଶାଳ,ପର୍ଶୁରାମ ନାୟକ,ରମେଶ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l