ଦୁଃସାହାସିକ ଖେଳ ପ୍ରଦର୍ଶନ କଲେ ଛାତ୍ରୀଛାତ୍ର: ବାହାରିଲା ବିରାଟ ଶୋଭାଯାତ୍ରା

ଦାରିଙ୍ଗବାଡି,୬।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ ଭାରତ ସ୍କାଉଟସ ଓ ଗାଇଡ଼ସର କ୍ୟାମ୍ପରୀର ଶୁକ୍ରବାର ହେଉଛି ଦିତୀୟ ଦିବସ। ଦ୍ୱିତୀୟ ଦିବସର ସକାଳ ୭ଟାରୁ ୪ ଶହରୁ ଉର୍ଦ୍ଧ୍ୱ ଯୋଗଦେଇଥିବା କ୍ୟାମ୍ପରୀଙ୍କୁ ନେଇ ଖେଳକୁଦ ଓ ବିଭିନ୍ନ ଇଭେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସେହିପରି କ୍ୟାମ୍ପରୀ ପରିସରରେ ସ୍କାଉଟସ ଓ ଗାଇଡ଼ସର ପତାକା ଉତ୍ତୋଳନ ସହ ପ୍ରାର୍ଥନା କରାଯିବା ପରେ ବିରାଟ ଶାନ୍ତି ଶୋଭାଯାତ୍ରାରେ ବାହାରି ସିମନବାଡି ପରିକ୍ରମା କରାଯାଇଥିଲା।
ଏହି ସମୟରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରୀଛାତ୍ରମାନେ ଲୋକଙ୍କୁ ସ୍କାଉଟସ ଓ ଗାଇଡ଼ସର ଉଦ୍ଦେଶ୍ୟ ଓ ଏକ ସମୃଦ୍ଧି ଭାରତ ଗଠନରେ ଏହାର ଭୂମିକା ସମ୍ପର୍କରେ ଓ ଶାନ୍ତି, ସଦଭାବନା ଓ ଭାଇଚାରାର ବାର୍ତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କାଉଟସ ଓ ଗାଇଡ଼ସର ଅଧ୍ୟକ୍ଷ ତଥା ଜିଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଜିଲା ସମ୍ପାଦକ ସଞ୍ଜୟ କୁମାର ପାତ୍ର, ସହ ସମ୍ପାଦକ ରଙ୍କନିଧି ବେହେରା, ଡିସିଓ ରାକେଶ ବିଶୋଇ ସିମନବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକ ପ୍ରମୁଖ ପରିଚାଳନା କରୁଛନ୍ତି।

 

Dharitri – Odisha’s No.1 Odia Daily

 

Share