ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ର ଏବଂ କ୍ରୀଡ଼ା ଶିକ୍ଷକ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ସଭାପତି ତଥା ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସଙ୍କୁଳ ପ୍ରମୁଖ ତ୍ରିନାଥ ଗୌଡ଼, ପ୍ରଧାନ ଆଚାର୍ଯ୍ୟ ହରିହର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ପୁଷ୍ପାଞ୍ଜଳି ସାହୁ ସଭା ସଂଯୋଜନା କରିଥିଲେ।