ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ନିଜ କଳା ପଦର୍ଶନ କରି କୃତିତ୍ୱ ଅର୍ଜନ କରିଛନ୍ତି ଛତ୍ରପୁର ଜୟଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ। ଏହି କାର୍ଯ୍ୟକ୍ରମରେ ବିଜେତା ହେବା ସହ ଆସନ୍ତା ୩୦ ଜାନୁଆରୀ ୨୦୨୬ ତାରିଖରେ କୋଲକାତାର ସତ୍ୟଜିତ୍‌ ରାୟ ଅଡିଟୋରିୟମରେ ହେବାକୁଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନୃତ୍ୟ ପ୍ରଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୧୩୦ଟିମ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରୀ ଗଣେଶଙ୍କ ପୁନଃଜନ୍ମ ଓଡ଼ିଶୀ ନୃତ୍ୟ ପଦର୍ଶନ କରି ଚମ୍ପିୟନ ହୋଇଥିଲେ ଛତ୍ରପୁର ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଅଳକା ସାହୁଙ୍କ ୧୫ଜଣ ଛାତ୍ରୀ। ଏହା ସହ କୋଲକାତାଠାରେ ଆୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାରୁ ୯ଟି ଟିମ ନୃତ୍ୟ ପଦର୍ଶନ କରିବାକୁ ଥିବାବେଳେ ଛତ୍ରପୁରର ନୃତ୍ୟଶିଳ୍ପୀମାନେ ମଧ୍ୟ ନିଜ କଳା ପଦର୍ଶନ କରିବେ। ଏହି ଅବସରରେ ନୃତ୍ୟଶିଳ୍ପୀ ଅଳକା ସାହୁଙ୍କୁ ଗୁରୁ ମହାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Dharitri – The Largest & Most Trusted Odia Daily