ଲୋକଙ୍କ ମଧ୍ୟରେ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କଲେ ଛାତ୍ରୀଛାତ୍ର

ତୁମୁଡିବନ୍ଧ,୮।୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଆଜାଦି କି ଅମୃତ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଶୋଭାଯାତ୍ରା ସ୍କୁଲ ପରିସରରୁ ବାହାରି ଆମ୍ବେଡ଼କର ଛକ ପର୍ଯ୍ୟନ୍ତ ଯାଇଥିଲା। ଏହା ସହିତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘରକୁ ଘର ଯାଇ ତ୍ରିରଙ୍ଗା ପତାକା ବଣ୍ଟନ କରିବା ସହିତ ଲୋକଙ୍କୁ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କରିବାରେ ପ୍ରୟାସ କରିଥିଲେ l

ଶୋଭାଯାତ୍ରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୦୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଅଧ୍ୟାପକ ଡକ୍ଟର ସତ୍ୟ ପାଣିଗ୍ରାହୀ, ଆଶିଷ ମଲ୍ଲିକ ଅଧ୍ୟାପିକା ଡକ୍ଟର ମଞ୍ଜୁଳା ମହାପାତ୍ର, ପଦ୍ମାବତୀ ସାହୁ, ଗଣଶିକ୍ଷକ କର୍ମଚାରୀ ସଞ୍ଜୟ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେଏ। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଏବଂ ସମସ୍ତ କର୍ମଚାରୀଙ୍କୁ ଅଧ୍ୟକ୍ଷ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।