‘ଛାତ୍ରୀମାନେ ଶାରୀରିକ-ମାନସିକ ସ୍ତରରେ ସୁଦୃଢ଼ ହେବାକୁ ପଡିବ’

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଡିଓ ଭାରତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏଥିସହ ସେ ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ସୁଦୃଢ଼ ହେବାକୁ ପଡିବ ବୋଲି କହିଥିଲେ।
ଅଧ୍ୟକ୍ଷ ବିଭାସ ଦାସ ସଭାରେ ଅଧ୍ୟକ୍ଷତା କରିବା ସହ ସଭାକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ ରବିନ୍ଦ୍ର କୁମାର ମିଶ୍ର, ଫିଜିକ୍ସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପିକା ସସ୍ମିତା କୁମାରୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବାଳିକା ଆତ୍ମରକ୍ଷା ତାଲିମ ଶିବିର ସଂଯୋଜିକା ସ୍ମରଣିକା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ। ସ୍ମୃତିମୟୀ ପାତ୍ର, ପୂଜାରାଣି ସାଇଁ ତାଲିମଦାତା ଭାବେ ଯୋଗ ଦେଇଥିଲେ।

 

Dharitri – Odisha’s No.1 Odia Daily

 

Share