ନିଶା ଠାରୁ ଦୂରେଇ ଭବିଷ୍ୟତ ଚିନ୍ତା କରିବାକୁ  ଛାତ୍ରୀଛାତ୍ରଙ୍କ ଏମିତି ପ୍ରୟାସ 

ଭଞ୍ଜନଗର,୧୭।୧(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ
 ଏବଂ କେଏସୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ  ତତ୍ତ୍ୱାବଧାନରେ କେଏସ୍‌ୟୁବି କଲେଜରେ ଜାତୀୟ ସେବା ଯୋଜନା ଶୀତ କାଳୀନ ଅଧିବେଶନ ଚାଲିଛି।  ଶନିବାର ଷଷ୍ଠ ଦିବସରେ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ପୋଷ୍ୟଗ୍ରାମ ଶ୍ରୀରାମ ନଗର ଏବଂ ଛେଦାଭୁମି ରୋଡଠାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶାଖା ୧ ଓ ସ୍ଥାନୀୟ ସାଈ ଗୁରୁକୂଳ ଆବାସିକ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ଶ୍ରୀରାମ ନଗରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ଛାତ୍ରୀଛାତ୍ର ଏକ ରାଲିରେ ବାହାରି ଶ୍ରୀରାମ ନଗର ପରିକ୍ରମା କରିଥିଲେ। ଏହି ସମୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ମାଧ୍ୟମରେ ସାହି ବାସିନ୍ଦାଙ୍କୁ ନିଶା ସେବନର ଭୟାବହତା ଉପରେ ସଚେନତ କରାଇଥିଲେ। ଏଥିସହ ନିଶାଠାରୁ ଯୁବଗୋଷ୍ଠୀ ଦୂରେଇ ରହି ଭବିଷ୍ୟତ ଗଢ଼ିବା ପାଇଁ ଆହ୍ବାନ କରାଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ଏକ ସଭା ହୋଇଥିଲା। ଏଥିରେ ବିଦ୍ୟାଳୟ ଚେୟାରମ୍ୟାନ ତଥା ସତ୍ୟ ସାଈ ସେବା ସଂଗଠନର ବରିଷ୍ଠ ରାଜ୍ୟ କର୍ମକର୍ତ୍ତା ଅଜିତ ଶତପଥୀ  ମୁଖ୍ୟ ଅତିଥି ଭାବେ ଯୋଗଦେଇ  କର୍ମ ହିଁ ଆରାଧନା, କର୍ତ୍ତବ୍ୟ ହିଁ ଭଗବାନ ବୋଲି କହିଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ ଗୋଷ୍ଠୀ ଗତ ଭାବେ  ଯେଉଁ ସେବା କରୁଛ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସେବା କର। ସମାଜ ଯେତେବେଳେ ତୁମର ସାହାର୍ଯ୍ୟ ଆବଶ୍ୟକତା ଅନୁଭବ କରୁଛି ସେତେବେଳେ ତୁମେ ଗୋଷ୍ଠୀଗତ ହେଉ କିମ୍ବା ବ୍ୟକ୍ତଗତ ସ୍ତରରେ ମଧ୍ୟ ସମାଜକୁ ସେବା ଯୋଗାଇ ଦିଅ। ସେବା ହେଉଛି ତିନି ପ୍ରକାରର।  ଗୋଟିଏ ମାନସିକ, ଦ୍ୱିତୀୟ ଶାରୀରିକ, ତୃତୀୟ ଆର୍ଥିକ। ଯେତେବେଳେ ଯେଉଁ ସମୟରେ ଯାହାକୁ ଯେଉଁ ପ୍ରକାରର ସାହାର୍ଯ୍ୟ ଦରକାର ଆମେ ଆମର ସାମର୍ଥ୍ୟ ଅନୁଯାୟୀ ସାହାର୍ଯ୍ୟ  କରିବା।

ତାହେଲେ ଯାଇ ଆମେ ସମାଜରେ ଗୋଟେ ମାନ୍ୟଗଣ୍ୟ ଓ ପୂଜ୍ୟ ବ୍ୟକ୍ତି ହୋଇପାରିବ ବୋଲି ଅଜିତ କହିଥିଲେ। ଯୋଜନା ଅଧିକାରୀ ବି ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷକ ପଦ୍ମନାଭ ତ୍ରୀପାଠୀ, ଅଧ୍ୟାପିକା ମାମାଲି ନାୟକ, ଶିକ୍ଷକ ରୋସନ କୁମାର ଗୌଡ, ସୁଧାଂଶୁ କୁମାର ଦାସ, ଗଣେଶ ପ୍ରଧାନ, ଶିକ୍ଷୟିତ୍ରୀ ମାମି ବେହେରା, ସ୍ବପ୍ନ ରାଣୀ ନାୟକ, ଅର୍ପିତା ପ୍ରଧାନ, ବିଷ୍ଣୁପ୍ରୀୟା ପ୍ରଧାନ, ସାଲୁ ବିଶାଳ, ଚିନ୍ମୟୀ ସାମଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସେହିଭଳି ଶାଖା ୨ ଛାତ୍ରୀମାନେ ଛେଦାଭୂମି ରୋଡରେ ଶୋଭାଯାତ୍ରା କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ନିଶା ନିବାରଣ ଉପରେ ସଚେତନ କରାଇଥିଲେ। ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ

Dharitri – Odisha’s No.1 Odia Daily

ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।