ଭଞ୍ଜନଗର,୨୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତରବନଖଣ୍ଡ, ଟାଟା ପାଓ୍ବାର, ସ୍ନେହା ଅନୁଷ୍ଠାନ ଓ ବିଡିପୁରସ୍ଥିତ ଟିଏସ୍ଡି କଲେଜ ଏନ୍ସିସି ପକ୍ଷରୁ ମିଳିତ ଭାବେ ଶନିବାର ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଡିପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କୁନିକୁନି ଛାତ୍ରୀଛାତ୍ର ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ବିମଳ ପ୍ରସାଦ ପ୍ରଧାନ ଯୋଗଦେଇ ପ୍ରକୃତିର ସୁରକ୍ଷା କିଭଳି ହୋଇପାରିବ ସେନେଇ କହିଥିଲେ। ସମ୍ମାନିତ ଅତିଥି ଭାବେ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଟାଟା ପାଓ୍ବାର ବେଲଗୁଣ୍ଠା ଏସ୍ଡିଓ ସୁରଜ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ମାଧବ ଦଳାଇ ସଭାରେ ଅଧ୍ୟକ୍ଷତା କରିଥିଲେ। ଏନସିସି ଆର୍ମି ୱିଂଙ୍ଗ ଅଫିସର ଦୀପକ ନାୟକ, ଅଧ୍ୟାପିକା ମାମୁନି ଆଚାର୍ଯ୍ୟ , ଟିକି ଚନ୍ଦ୍ରିକା ସ୍ବାଇଁ, ପରିବେଶ ପ୍ରେମୀ ବିଦେଶୀ ସାହୁ, ଶିକ୍ଷାକେନ୍ଦ୍ର ସମ୍ପାଦିକା ରଶ୍ମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସ୍ନେହା କର୍ମଚାରୀ ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।