ଦିଗପହଣ୍ଡି,୧୩ା୮(ଅଶେଷ ନାଥ ମିଶ୍ର): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଯୋଗୁ ଦିନକୁ ଦିନ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ ପ୍ରତିବାଦରେ ବୁଧବାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଜୁଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଛାତ୍ର ବିଜେଡ଼ି ଗଞ୍ଜାମ ଜିଲା ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଜିଲା ଉପସଭାପତି ଗଣେଶ ରେଡ୍ଡୀ, ରାଜ୍ୟ ସମ୍ପାଦକ ସୁନୀଲ ମହାଙ୍କୁଡ, ଜିଲା ସାଧାରଣ ସମ୍ପାଦକ ପିଙ୍କୁ ଘଡେଇ, ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ ନୀଳମାଧବ ଗୌଡ, ଛାତ୍ର ବିଜେଡ଼ି ବ୍ଲକ ସଭାପତି ବିପ୍ଳବ ମିଶ୍ର, ନଗର ବିଜେଡ଼ି ସଭାପତି ତାରାପ୍ରସାଦ ପଟ୍ଟନାୟକ, କର୍ମକର୍ତ୍ତା ସୁଶୀଲ ବିଷୋୟୀ, ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ଶିବଲକ୍ଷ୍ମୀ ପଟ୍ଟନାୟକ, ସୁନୀଲ ବିଷୋୟୀ, ଜଗନ୍ନାଥ ପ୍ରଧାନ, ହରିଶ୍ଚନ୍ଦ୍ର ପାତ୍ର, ସମୀର ସ୍ବାଇଁ, ନିଗମ ପଣ୍ଡା, କୃଷ୍ଣଚନ୍ଦ୍ର ସେଠୀ, ରାମେଶ୍ୱର ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟକ ଛାତ୍ର ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ। ରାଜ୍ୟରେ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ ରହିଥିବା ବେଳେ ସରକାର କିଭଳି ନିରବଦ୍ରଷ୍ଟା ସାଜିଥିବା ସହ ଅପରାଧୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ଛାତ୍ର ବିଜେଡ଼ି ତରଫରୁ ରାଜ୍ୟ ପୋଲିସ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ସହସ୍ରାଧିକ ଛାତ୍ର ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।