ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ ଶ୍ରୀକୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟା ମନ୍ଦିରର ନବ ନିର୍ମିତ ସ୍କୁଲ କୋଠା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗ୍ରାସିମ କମ୍ପାନୀ ୟୁନିଟ ହେଡ୍ ଅଜୟ କୁମାର ଗୁପ୍ତା, ବିଦ୍ୟାଳୟ ପ୍ରତିଷ୍ଠାତା ପୂଣ୍ଣଚନ୍ଦ୍ର ପଣ୍ଡା, ମାନବ ସମ୍ବଳ ଅଧିକାରୀ ନିରଜ
ପଟ୍ଟନାୟକ, ଆଡ୍ଲାଇଫ ହସ୍ପିଟାଲ ପ୍ରତିଷ୍ଠାତା ଡାକ୍ତର ଦୀପିକା ପାଢ଼ୀ, ସମ ହସ୍ପିଟାଲ ହୃଦରୋଗ ବିଶେଷଜ୍ଞ ଡାକ୍ତର ବଦ୍ରୀ ଦଣ୍ଡପାଣି, ଅନସ୍ଲୋ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ରାମଗଡ଼ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ବେହେରା, ସମାଜସେବୀ କମଳ ପଣ୍ଡା, ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ହୁମ୍ମା ସଲ୍ଟ କଲେଜ ଅଧ୍ୟକ୍ଷ ନିରଞ୍ଜନ ରଥ ଯୋଗ ଦେଇ ବିଦ୍ୟା ମନ୍ଦିରର ଛାତ୍ରୀ ଛାତ୍ର ଶୃଙ୍ଖଳା ଓ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଦ୍ୟାମନ୍ଦିର ମୁଖପତ୍ର ‘ନରେନ -୨୦୨୬’ ଉନ୍ମୋଚନ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶାଳ ସଭାପତି ଭାବେ ସମସ୍ତଙ୍କୁ ଆବାହନ ପୂର୍ବକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାର ପ୍ରାରମ୍ଭରେ ଅତିଥିମାନଙ୍କ ଦାରା ଶ୍ରୀଜଗନ୍ନାଥ ଓ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ଉଦ୍ବୋଧନୀ ସଙ୍ଗୀତ ଗାନ କରାଯାଇଥିଲା। ସମାଜ ଓ ବିଦ୍ୟାଳୟ ଉନ୍ନତି ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷ ଯଥା ପ୍ରଧାନଶିକ୍ଷକ ମନ୍ମଥ ନାହାକ, ଜଗନ୍ନାଥ ଚିତ୍ରଶିଳ୍ପୀ ସୁଦାମ ମହାରଣା, ଚାଷୀ ଭାସ ସାହୁ, ଦନ୍ତପୁର ଗବେଷକ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମାଜସେବୀ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ସଭା ପରେ ପରେ ସନ୍ଧ୍ୟାରେ ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ ଓ ଏହା ବେଶ୍ ଚିତ୍ତାକର୍ଷକ ଥିଲା। ଉଭୟ କାର୍ଯ୍ୟକ୍ରମକୁ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିୟ ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସସ୍ମିତା ମହା ନାହାକ ପରିଚାଳନା କରିଥିଲେ।