CBSE ପରୀକ୍ଷା ଫଳ ନେଇ ପୁଣି ଧାରଣାରେ ବସିଲେ ଛାତ୍ରୀଛାତ୍ର

ପଦ୍ମପୁର,୫ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ୮୮୫ ଛାତ୍ରୀଛାତ୍ର CBSE ପରୀକ୍ଷା ଫଳ ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରସ୍ଥିତ ବାସଭବନକୁ ସାକ୍ଷାତ ପାଇଁ ଯାଇଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ଶିକ୍ଷାମନ୍ତ୍ରୀ ଦୀର୍ଘ ୧୦ ଘଣ୍ଟା ଅଖିଆ ଅପିଆ ଅପେକ୍ଷା କରାଇବା ପରେ ରାତି ୧.୩୦ ବଜେ ସାକ୍ଷାତ ପାଇଁ ଡାକି CBSE ପରୀକ୍ଷାଫଳର ପୁନଃ ସମୀକ୍ଷା ଶହ ପ୍ରକାଶ କରିବାକୁ ନେଇ ଯେପରି ନୈରାଶ୍ୟଜନକ ଉତ୍ତର ଦେଇ ଫେରାଇ ଦେଲେ ଓ ଏବେ ବି ଛାତ୍ରୀଛାତ୍ର ଅନ୍ୟ ଉପାୟ ନ ପାଇ ଗୁରବାର ପଦ୍ମପୁର ଉପଜିଲାପାଳ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଏହା ସହିତ ଆସନ୍ତକାଲି ଛାତ୍ରୀଛାତ୍ର ସାମୂହିକ ଭାବେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନ୍ୟାୟ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ଲେଖି ଜଣାଇବେ ତଥା ଆନ୍ଦୋଳନ ଜାରି ରଖିବେ ଏବଂ ସେପଟେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ପରୀକ୍ଷାଫଳକୁ ଚ୍ୟାଲେଞ୍ଜ କରି ରିଟ୍‌ ପିଟିଶନ ଦାଖଲ କରାଯିବ ବୋଲି ସଂଯୁକ୍ତ ଅଭିଭାବକ ମଞ୍ଚର ଉପଦେଷ୍ଟା ବରିଷ୍ଠ ଆଇନଜୀବୀି ଅଜିତ ଶତପଥୀ ଜଣାଇଛନ୍ତି।

Share