ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ ): ମହାରାଷ୍ଟ୍ରର ଜଲଗାଁଓଠାରେ ଗତ ୧୬ରୁ ୧୮ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ସିଆଇଏସଇସି ଜାତୀୟସ୍ତରୀୟ ଟାଇକୁଣ୍ଡ ପ୍ରତିଯୋଗିତା। ଜୟଶ୍ରୀ କେମିକାଲସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରତ୍ୟୁଷ କୁମାରୀ ତରାଇ ୧୭ ବର୍ଷରୁ କମ୍ ବାଳିକା ବିଭାଗ ୫୫ କିଗ୍ରାରେ ତୃତୀୟ ସ୍ଥାନ ଓ ସେହି ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଏନ୍ ସରସ୍ବତୀ ରେଡ୍ଡୀ ୧୭ ବର୍ଷରୁ କମ ବାଳିକା ବିଭାଗର ୫୨କିଗ୍ରାରେ ତୃତୀୟ ସ୍ଥାନ ଅଧିକାର କରି ସ୍କୁଲ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଉକ୍ତ ଦୁଇ ଛାତ୍ରୀ ଅଗଷ୍ଟ ୨ ଓ ୩ ରିଖ କେନ୍ଦୁଝରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସ୍ବଣ୍ଣର୍ର୍ ପଦକ ହାସଲ କରିଥିଲେ । ସେମାନେ ସ୍କୁଲର ଟାଇକୁଣ୍ଡ ଶିକ୍ଷକ ଅଭିମନ୍ୟୁ ରେଡ୍ଡୀଙ୍କଠାରୁ ପ୍ରଶିକ୍ଷଣ ନେଉଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁନୀଲ କୁମାର ଦାସଙ୍କ ପ୍ରେରଣା ଏହି ସଫଳତା ମିଳିଥିଲା । ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଜୟଲକ୍ଷ୍ମୀ ମହାନ୍ତି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।