ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): ଭିଏତନାମାରେ ଇଉନାଇଟେଡ଼ ନେସନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମଡେଲ ୟୁନାଇଟେଡ ନେସନ୍ସ( ଆଇ ଏମ ୟୁଏନ)ରେ ପ୍ରତିନିଧିତ୍ୱ କରି ସମଗ୍ର କଳାହାଣ୍ଡି ଜିଲା ଗୌରବ ଆଣିଛନ୍ତି ପ୍ରିୟାଂସିତା ରାଉତ। ସେ ଭବାନୀପାଟଣା ସ୍ଥିତ ପ୍ରଗତି କଂସେପ୍ଟ ସ୍କୁଲର କଳା ବିଭାଗର ଛାତ୍ରୀ । ସମଗ୍ର ଭାରତରୁ ଜଣେ ମାତ୍ର ପ୍ରତିଯୋଗୀ ଭାବରେ ସେଠାରେ ସେ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ଆସିଥିବା ଯୁବ ପ୍ରତିଭାମାନେ, ସାମ୍ପ୍ରତିକ ସମୟର ବିଭିନ୍ନ ସମସ୍ୟା ଉପରେ ନିଜର ଅଭିମୁଖ୍ୟ ସ୍ପଷ୍ଟ ରଖିଥିଲେ। ସେଥିମଧ୍ୟରୁ ପ୍ରିୟାଂସିତା ବର୍ତ୍ତମାନ ସମୟରେ ‘ଜେନଡର ପେ ଗେପ’ ବିଷୟରେ ନିଜ ବକ୍ତବ୍ୟ ରଖିବା ସହ ମହିଳା ସଶକ୍ତିକରଣ ଉପରେ ନିଜର ଆଭିମୁଖ୍ୟ ରଖିଥିଲେ। ଏହି ଆଭିମୁଖ୍ୟ ପରେ ସେଠାରେ ଉପସ୍ଥିତ ସମସ୍ତ ବିଚରାକ ମଣ୍ଡଳୀଙ୍କ ସେ ପ୍ରିୟ ଭାଜନ ହେବା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରିୟାଂସିତାଙ୍କ ଏହି ସଫଳତାରେ ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଂ ଅଜୟ କୁମାର ପଣ୍ଡା ଶୁଭେଚ୍ଛା ଜଣେଇବା ସହିତ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।