ପାଟଣା,୩୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନା ଖମଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀଶଙ୍କର ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ସମ୍ମାନିତ ଅତିଥି ଭାବେ ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଏବିଓ ବିଜୟ ଓଝା, ଅବସରପ୍ରାପ୍ତ ଏବିଓ ଧରଣୀଧର ଦାସ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି, ଶିକ୍ଷାବିତ୍ ପାର୍ଥ ସାରଥୀ ବେଜ, କ୍ଲଷ୍ଟର ସଂଯୋଜକ ଶୈଳେନ୍ଦ୍ର କୁମାର ମହାନ୍ତ , ସିଆରସିସି ଜଗନ୍ନାଥ ମହାନ୍ତ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ଭବାନୀଶଙ୍କର ମହାନ୍ତ ଜଣେ ଛାତ୍ର ବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଯୁଧିଷ୍ଟିର ମହାନ୍ତ ସଂଯୋଜନା କରିଥିଲେ। ଶିକ୍ଷକଙ୍କ ଅବସରରେ ସମସ୍ତେ ଭାବପ୍ରବଣ ହୋଇପଡ଼ିଥିଲେ।