କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁନେଇ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର କେସିଙ୍ଗା ମହାବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପାରଗତାକୁ ନେଇ ନାରାବାଜି ଦିଆଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି।ଏକ ଘଣ୍ଟା ପଯ୍ୟନ୍ତ ମହାବିଦ୍ୟାଳୟ ସମ୍ମୁଖରେ ହୋହଲ୍ଲା ହୋଇଥିଲା।
ଏଥିରେ ଜିଲା ଯୁବ କଂଗ୍ରେସର ସଭାପତି ଏମଡି ସହେବ, ଶୁଭମ ବାରିକଙ୍କ ସମେତ ବିଜୟ ଦୀପ, କାଉନସିଲର ରୋହିତ ଜୈନ, ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ। ରାମଲାଲ ସୁନାନୀ,ପ୍ରମୁଖ ଶତାଧିକ ଯୁବ କଂଗ୍ରେସର ଛାତ୍ରମାନେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ବିରୋଧେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଚିତ୍ରରେ ନିଆଁ ଲଗାଇଥିଲେ