ଅନ୍ୟ ଜିଲା ଠିକାଦାରଙ୍କୁ ଦୃଢ଼ ବିରୋଧ, ଟେଣ୍ଡର ପକାଇଲେ…

କେସିଙ୍ଗା,୧୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ ଏକ ହୋଟେଲ୍‌ରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥି ଭାବେ ଜିଲା ସଭାପତି ଯୋଗଦେଇ ତାଙ୍କ ବ୍ୟକ୍ତବରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର ଚଳିତ ମାସ ୩ ତାରିଖରେ ନୋଟିଫିକେଶନ କରିଛନ୍ତି ୧୪.୯୯ରେ ଟେଣ୍ଡର ଭରିବା ପାଇ ସିମିତି ଥିଲା କିନ୍ତୁ କେତେକ ଠିକାଦାର ଏହି ସମିତି ଠାରୁ କମ ପର୍ସେଣ୍ଟରେ ମଧ୍ୟ ଟେଣ୍ଡର ପକାଇ କାମ କରୁଛନ୍ତି। ରାଜ୍ୟ ସରକାର ଧାର୍ଯ୍ୟ ରେଟ୍‌ଠାରୁ ବେଶୀ କିମ୍ବା କମ୍‌ ମଧ୍ୟ ନ କରିବା କଥା। କିନ୍ତୁ ଯଦି କମ ମୂଲ୍ୟରେ ଟେଣ୍ଡର ନେଇ ବିଭିନ୍ନ କାମ କଲେ ସେ କାମର ମାନ ଠିକ୍‌ ରହିବ ନାହିଁକି ମେଣ୍ଟେନାନ୍ସ କରିପାରିବ ନାହିଁ, ଯାହା ଫଳରେ ମାନ ଠିକ ନ ଥିଲେ ରାସ୍ତା, ବ୍ରିଜ, କିମ୍ବା ବିଲ୍ଡିଂ ମଧ୍ୟ ଭାଙ୍ଗି ନଷ୍ଟ ହେବାର ବହୁ ସମ୍ଭାବନା ରହିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାର ଯେଉଁ ୧୪.୯୯ ନୋଟିଫିକେଶନ କରିଛନ୍ତି ତାହା ବଳବତ୍ତର ରହୁ ବୋଲି ଆଲ ଓଡ଼ିଶା ଠିକାଦାର ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି।

କଳାହାଣ୍ଡି ଜିଲାର ଠିକାଦାର ହିଁ ଜିଲାରେ କାମ କରିବେ ଓ ଟେଣ୍ଡର ପକାଇ ପାରିବେ। ଅନ୍ୟ ଜିଲାର ଠିକାଦାର କଳାହାଣ୍ଡି ଜିଲାରେ ଟେଣ୍ଡର ପକାଇ କାମ କଲେ ଦୃଢ଼ ବିରୋଧ କରାଯିବ ବୋଲି ଆସୋସିଏଶନ ସଭାପତି ଚେତାବନୀ ଦେବା ସହ ଏହି ଗଣମାଧ୍ୟମ ଦ୍ୱାର ଅବଗତ କରାଇଛନ୍ତି। ପଡ଼ୋଶୀ ଜିଲା ବଲାଙ୍ଗୀର, ନବରଙ୍ଗପୁର,କୋରାପୁଟ ଜିଲାର ଠିକାଦାର କଳାହାଣ୍ଡି ଜିଲାରେ ଟେଣ୍ଡର ପକାଇ ପାରିବ ନାହିଁ କି ଏହି ଜିଲାର ଠିକାଦାର ଅନ୍ୟ ଜିଲାରେ କାମ କରିବା ପାଇଁ ଟେଣ୍ଡର ପକାଇ ପାରିବ ନାହିଁ ବୋଲି ଏହି ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜିଲା ସଭାପତି ସୂଚନା ଦେଇଛନ୍ତି।

ଏହି ସାଧାରଣ ସଭାରେ ସାଧାରଣ ସମ୍ପାଦକ ରଞ୍ଜନ ସାହୁ, ଉପସଭାପତି ବ୍ରଜ ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ପ୍ରକାଶ ମହାନ୍ତି ପ୍ରମୁଖ ଠିକାଦାର ଅଂଶଗ୍ରହଣ କରିଥିଲେ। କେସିଙ୍ଗାର ଠିକାଦାର ଗଣପତି ଅଗ୍ରଓ୍ବାଲଙ୍କ ସମେତ ବହୁ ଠିକାଦାର ଏହି ସାଧାରଣ ସଭାରେ ସହଯୋଗ କରିଥିଲେ।

Dharitri –Odisha’s No.1 Trusted Odia Daily