ଶକ୍ତିଶାଳୀ ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୩।୩: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୧ ଥିଲା। ଏହାର କେନ୍ଦ୍ରସ୍ଥଳ ସୁମାତ୍ରାର ସିନାବୁଙ୍ଗ ସହରରୁ ପ୍ରାୟ ୬୫ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିଲା। ସ୍ଥାନୀୟ କର୍ତ୍ତୃପକ୍ଷ ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ।

ହଠାତ୍‌ ଭୂକମ୍ପ ଯୋଗୁ ଲୋକମାନେ ଅନେକ ଅଞ୍ଚଳର ଘରୁ ଏବଂ କାର୍ଯ୍ୟାଳୟରୁ ବାହାରି ଆସିବାକୁ ବାଧ୍ୟ ହୋଇଛନ୍ତି। ପ୍ରାରମ୍ଭିକ ରିପୋର୍ଟରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳି ନାହିଁ।

 

Dharitri – Odisha’s No.1 Odia Daily

 

Share