Categories: Home Leftଖେଳ

ଶ୍ରୀଲଙ୍କାର ଦମ୍‌ଦାର ବ୍ୟାଟିଂ

ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଛି। ଶ୍ରୀଲଙ୍କାର ଦୁଇ ଓପରନ ପୃଥମ ନିସଙ୍କା ଏବଂ କୁସାଲ ମେଣ୍ଡିସ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲେ। ଫଳରେ ଶ୍ରୀଲଙ୍କା ୧୨ ଓଭର ଖେଳ ସୁଦ୍ଧା ୩ ଉଇକେଟ ହରାଇ ୯୮ ରନ୍‌ କରିଛି।

କୁସାଲ ମେଣ୍ଡିସ ଧର୍ଯ୍ୟର ସହ ବ୍ୟାଟିଂ କରି ୩୧ ବଲ୍‌ରେ (୩ ଚୌକା ଏବଂ ୪ ଛକା) ୫୨ ରନ୍‌ କରିଥିଲେ । ଭାନୁକା ରାଜପକ୍ସା ୨ ରନ୍‌ କରି ଆଉଟ ହୋଇଥିବା ବେଳେ ପୃଥମ ନିସଙ୍କା ମଧ୍ୟ ୩୩ ରନ୍‌ କରି ଆଉଟ ହୋଇଯାଇଥିଲେ।