୨୫ଦିନରେ ଧାରଣା, ମିଳୁନି ସୁଫଳ

ବରଗଡ଼ ଅଫିସ୍‌,୨୨ା୩: ବରଗଡ଼ ଜିଲା ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କର୍ମଚାରୀ ସଂଘ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଧାରଣାସ୍ଥଳରେ ରୋଷେଇ ସହ ଖରା, ବର୍ଷା ସହି ସେମାନେ ଧାରଣା ଜାରି ରଖିଛନ୍ତି। ୨ଦଫା ନେଇ ଏହି ଧାରଣାକୁ ଓହ୍ଲାଇଥିବା କର୍ମଚାରୀଙ୍କ ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। କର୍ମଚାରୀଙ୍କ ଧାରଣା ମଙ୍ଗଳବାର ୨୫ଦିନରେ ପହଞ୍ଚତ୍ଥିବା ବେଳେ ଉପଜିଲାପାଳଙ୍କ ସହିତ ଅନ୍ୟ କୌଣସି ଅଧିକାରୀମାନେ ସେମାନଙ୍କ ସହିତ ଆଲୋଚନା ପାଇଁ ସୁଦ୍ଧା ପହଞ୍ଚତ୍ ନ ଥିବା କର୍ମଚାରୀମାନେ କହିଛନ୍ତି। ସେହିପରି ଏପର୍ଯ୍ୟନ୍ତ ଜିଲାର କୌଣସି ବିଧାୟିକା, ବିଧାୟକ ମଧ୍ୟ ସେମାନଙ୍କ ପାଖକୁ ପହଞ୍ଚତ୍ ନ ଥିବା ସେମାନେ କହିଛନ୍ତି। ଅନ୍ୟପଟେ ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି, ୨୦୦୯ ନଭେମ୍ବର ୨୩ରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଂଘର କର୍ମଚାରୀମାନେ ପୁନଃ ନିଯୁକ୍ତି ପାଇସାରିଛନ୍ତି। ନିଯୁକ୍ତି ପାଇବା ପରେ ସେମାନେ କାମ କରିଆସୁଥିଲେ। ମାତ୍ର ସେମାନଙ୍କୁ କଲେଜରେ କାମ କରାଇ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ବ୍ୟାଙ୍କର ପାସବୁକ୍‌ ଗୁଡ଼ିକୁ ମଧ୍ୟ ବେଆଇନ ଭାବେ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ୨୦୧୭ ଜୁଲାଇ ୧୮ରୁ ସମସ୍ତ ମାମଲା ଉଚ୍ଚ ନ୍ୟାୟାଳୟ ଖାରଜ କରିସାରିଥିବା ବେଳେ ନୂତନ କମିଟି ଓଡ଼ିଶା ସରକାରଙ୍କ ସ୍ବୀକୃତି ଲାଭ କରିଛି ଏବଂ ଜିଲାପାଳ ଏହାର ସଭାପତି ରହିଛନ୍ତି। ରହିତାଦେଶ ଯୋଗୁ ଜିଲାପାଳ ନିରବ ରହିଥିଲେ। କିନ୍ତୁ ୨୦୨୨ ଅକ୍ଟୋବର ୧୦ରୁ ରହିତାଦେଶ ଉଠିସାରିଛି ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏ ନେଇ ସଂଘର କର୍ମଚାରୀମାନେ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, ମାତ୍ର କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ଇତିମଧ୍ୟରେ ୩ କର୍ମଚାରୀଙ୍କ ଦେହାନ୍ତ ହୋଇଥିବା ସଂଘର କର୍ମକର୍ତ୍ତା କହିଛନ୍ତି। ଧାରଣାରେ ସଂଘ ସଭାପତି ନବୀନ କିଶୋର ସାହୁ, ଉପସଭାପତି ଜୟନ୍ତ ସ୍ବାଇଁ, ସମ୍ପାଦକ ଚୈତନ୍ୟ କୁମାର ସାହୁ, କ୍ଷମାକର ମହାପାତ୍ର, ଟଙ୍କଧର ସାହୁ ପ୍ରମୁଖ ସାମିଲ ହୋଇଛନ୍ତି।