ଚାଇନାରେ ଜାରି ହେବ କଡ଼ା ନିୟମ

ବେଜିଂ,୧୩ା୪: ବର୍ତ୍ତମାନ ଚାଇନାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ବୁଧବାର ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଛନ୍ତି, ଦେଶରେ ନିଆଯାଇଥିବା ପ୍ରତିରୋଧ ଏବଂ ସତର୍କତାମୂଳକ ପଦକ୍ଷେପକୁ ଛାଡ଼ିବା ଉଚିତ ନୁହେଁ। ଚାଇନାର ବାଣିଜି୍ୟକ ରାଜଧାନୀ ସାଂଘାଇରୁ ୨୫ ହଜାରରୁ ଅଧିକ ନୂଆ ମାମଲା ଆସିଛି। ଏଠାରେ କରୋନା ସଂକ୍ରମଣରକୁ ରୋକିବା ପାଇଁ ଉଦ୍ୟମ ଚାଲିଛି।

ସୂଚନାଯୋଗ୍ୟ, ୨୦୧୯ର ଶେଷ ଭାଗରେ ପ୍ରଥମ ଥର ପାଇଁ ଚାଇନାର ଉହାନ ସହରରେ କରୋନା ସଂକ୍ରମଣର ପ୍ରଥମ ରିପୋର୍ଟ ହୋଇଥିଲା। ସିଓ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଶେଷ କରିବା ପାଇଁ ଚାଇନା ନିଜର କଠୋର ନୀତି ବନ୍ଦ କରିବା ଉଚିତ୍‌ ନୁହେଁ। ଏଠାରେ କଡ଼ା ନିୟମ କରାଯିବ ବୋଲି ରାଷ୍ଟ୍ରପତି କହିଛନ୍ତି।

Share