ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ ସୋମବାର ସନ୍ଧ୍ୟାରେ ଏକ ପ୍ରେସ ମିଟ୍‌ ଅନୁଷ୍ଠିତ ହୋଇଥିଲା। ଏହି ସଂଶୋଧନ ଚଳିତ ମାସ ୩୧ତାରିଖ ସୁଦ୍ଧା ଭୋଟର୍ସ ଲିଷ୍ଟ ସଂଶୋଧନ କରିବା ପାଇଁ ଶେଷ ତାରିଖ ଥିବାରୁ ଲୋକଙ୍କୁ ସଚେତନତା କରିବା ପାଇଁ ମଙ୍ଗଳବାରଠାରୁ ମାଇକ ସେଟ ଦ୍ୱାରା ସହରରେ ପ୍ରଚାର କରିବା ପାଇଁ ଏନଏସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେସିଙ୍ଗା ସହରରେ ଥିବା ଭୋଟର୍ସଙ୍କ ନାମ ଗତ ୨୦୦୨ ତାଲିକା ସହ ୨୦୨୫ମାର୍ଚ୍ଚର ଭୋଟର୍ସ ତାଲିକା ସହ ତାଳମେଳ ରହିବା କଥା। ଯଦି କୌଣସି ଭୋଟର୍ସଙ୍କ ନାଁ ତାଳମେଳ ହେଉ ନ ଥିବ ତେବେ ଚଳିତ ମାସ ୩୧ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିବେ। ଏଥିପାଇଁ ପାଇଁ ୪ଟି କେଟାଗେରୀ ରହିଛି। ଆସନ୍ତାକାଲିଠାରୁ ବୁଥ୍‌ସ୍ତରୀୟ ଅଧିକାରୀ ସହରରେ ମାଇକ ସେଟ ଦ୍ୱାରା ପ୍ରଚାର ପ୍ରସାର କରିବା ପାଇଁ କଡ଼ା ନିଷ୍ପତ୍ତି ନିଆଯାଇଛି। କେସିଙ୍ଗା ସହରରେ ୧୪ ହାଜର ୮୮୩ଜଣ ଭୋଟର୍ସ ରହିଛନ୍ତି। ଏହା ୮୧.୪୮% ରହିଛି, ଏହାକୁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୧୦୦%କରିବାକୁ ନିର୍ବାଚନ କମିଶନରଙ୍କ କଡ଼ା ନିର୍ଦ୍ଦେଶ ଅଛି ବୋଲି ଏନଏସି କାର୍ଯ୍ୟନିବାହୀ ଅଧିକାରୀ ସୂଚନା ଦେଇଛନ୍ତି। ସହରରେ ୧୨ଟି ୱାର୍ଡରେ ୧୨ଜଣ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ୧୫ଦିନ ମଧ୍ୟରେ ଭୋଟର୍ସ ଲିଷ୍ଟ ସଂଶୋଧନ କରିବାରେ ସହରର ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ,ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସହଯୋଗ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ନୃପରାଜ ଯାଦବ,ଜୁନିୟର ଆସିଷ୍ଟାଣ୍ଡ ଦିବାକର ଜେନା, ବିଏଲଓ ଅଧକାରୀ କେଶରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କୁ ପଚାରିବାରୁ ୨୦୦୨ରେ ଥିବା ଭୋଟର୍ସ ଲିଷ୍ଟ ସହ ୨୦୨୫ ମାର୍ଚ୍ଚ ସହ ତାଳମେଳ ରହିବା କଥା ଯଦି ନାମ, ଗ୍ରାମ ତାଳମେଳ ରହୁ ନାହିଁ ତେବେ ଚଳିତ ମାସ ୩୧ ତାରିଖ ଯାଏ ଅନଲାଇନ ଆବେଦନ କରି ପାରିବେ ବୋଲି ପ୍ରକାଶ କରି କରିଥିଲେ।

Dharitri – Odisha’s No.1 Odia Daily

Share