ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ): କିଛି ମାସ ହେବ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଏନ୍ଏସି ଅଧ୍ୟକ୍ଷାଙ୍କ ବାସଭବନ ନିକଟରେ ଲାଗିଥିବା ବିଦ୍ୟୁତ ଖୁଣ୍ଟରେ ଲାଇଟ୍ ଜଳୁଥିବା ବେଳେ ଭାରତୀ ବିଦ୍ୟାପୀଠ ସ୍କୁଲ ସାଇଡ ଲାଇଟ ଜଳୁନି l ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବ୍ଲକ ଅଞ୍ଚଳର ସମସ୍ତ ହାଇସ୍କୁଲ ସେଣ୍ଟର ଗୁଡିକର ବୋର୍ଡ ପରୀକ୍ଷା ଦେଉଥିବା ପିଲାଙ୍କ ପେପର ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଷ୍ଟ୍ରଙ୍ଗ ରୁମରେ ରହୁଛି ।
ସ୍କୁଲ ପରିସର ଅନ୍ଧାର ଯୋଗୁ କେତେବେଳେ କଣ ଘଟିବ କହିହେଉନାହିଁ। ଆଉ ଦିନ କେଇଟା ପରେ ସହରରେ ଦୋଳ ପୂର୍ଣ୍ଣମୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସହର ଆଲୋକୀକରଣ ହେଉନାହିଁ। ମାତ୍ର କିଛି ସାହିର ବାରିପଟ ରୋଡ଼ରେ ନୁଆ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଚାଲିଥିବା ଦେଖିବାକୁ ମିଳିଛି । ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ଅନ୍ଧାର ଯେଉଁଠି ଲାଗୁ ଆମେ ସ୍ବାଗତ କରୁଛୁ କିନ୍ତୁ ଜନଗହଳିପୂର୍ଣ୍ଣ ମାର୍କେଟରେ କାହିଁକି ଲାଇଟ ଲାଗୁ ନାହିଁ ତାହା ଆଲୋଚନାର ବିଷୟ ପାଲଟିଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି।