ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଜାରକା ଅଞ୍ଚଳରେ ଅନେକ ସମୟରେ ଅଧା ଆଲୁଅ ଅଧା ଅନ୍ଧାର ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କାରଣ ରାସ୍ତା ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ମାସରେ ଅଧା ଦିନ ଜଳିଲେ ଅଧା ଦିନ ବନ୍ଦ ରହୁଛି। ମଙ୍ଗଳବାର ସନ୍ଧ୍ୟାରେ ଜାରକା ଫାଣ୍ଡି ନିକଟରୁ ପୁରୁଣା ୟୁକୋ ବ୍ୟାଙ୍କ ରାସ୍ତା ମଧ୍ୟ ଦେଇ ଯାଇଥିବା ସର୍ଭିସ ରୋଡ୍ରେ ଥିବା ଲାଇଟ୍ଗୁଡ଼ିକ ଜଳୁ ନ ଥିଲା। ଯାହା ଫଳରେ ଅନ୍ଧକାର ଭିତରେ ଯାତାୟାତରେ ନାନା ପ୍ରକାର ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ସନ୍ଧ୍ୟାରେ ଥିବା ମେଡିସିନ୍ ଷ୍ଟୋରରେ ଅଭିଜ୍ଞ ଡାକ୍ତର ଆସୁଥିବା ବେଳେ ଅନେକ ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ରୋଗୀମାନଙ୍କ ଭିଡ଼ ଦେଖାଯାଏ। କିନ୍ତୁ ରାସ୍ତାର ଅନ୍ଧକାରକୁ ସମସ୍ତେ ନାପସନ୍ଦ କରିଛନ୍ତି।