ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୁଲା କୁକୁର, ନିୟନ୍ତ୍ରଣ ପାଇଁ କରାଗଲା…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ସରକାରୀ ଅନୁଷ୍ଠାନଗୁଡ଼ିକରେ ଅବାଧରେ ବୁଲା କୁକୁର ଓ ଗାଈ ଗୋରୁ ପ୍ରବେଶ କରି ଅନେକ କ୍ଷତି କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଏଡ଼ାଇବା ପାଇଁ ସରକାର ବର୍ତ୍ତମାନ ବୁଲା କୁକୁରଙ୍କୁ ଅନୁଷ୍ଠାନଗୁଡ଼ିକରୁ ମୁକ୍ତ କରିବା ପାଇଁ କମିଟି ଗଠନ ହେଉଛି। ଉକ୍ତ କମିଟି ଅନୁଷ୍ଠାନ ଭିତରେ ଯେଭଳି ବୁଲା କୁକୁର ନ ବୁଲିବ ସେଥିପ୍ରତି ଦୃଷ୍ଟି ଦେବ। ଏହିଭଳି ଭଞ୍ଜନଗର ବ୍ଲକ ପକ୍ଷରୁ ଶନିବାର ସମସ୍ତ ପଞ୍ଚାୟତରେ ଏନେଇ ବୈଠକ ବସିଥିଲା। ବୈଠକରେ ବୁଲା କୁକୁର ନିୟନ୍ତ୍ରଣ ପାଇଁ କମିଟି ଗଠନ କରାଯାଇଛି । ସରକାରଙ୍କ ଏହିଭଳି ପଦକ୍ଷେପକୁ ନେଇ ପରିବେଶବିତ୍‌ମାନେ ନାପସନ୍ଦ କରିଛନ୍ତି। ଏହାଦ୍ବାରା ପରିବେଶ ସନ୍ତୁଳନ ରକ୍ଷା ହେବ ନାହିଁ। ଯଦି ଏହା କଡ଼ାକଡ଼ି ଭାବେ ପାଳନ ହେବ ତାହାର କୁପ୍ରଭାବ ଭବିଷ୍ୟତରେ ପଡ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏନେଇ ଭଞ୍ଜନଗର ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାହା କିଛି ପଦକ୍ଷେପ ନିଆଯାଉଛି। ଭବିଷ୍ୟତରେ ସେମାନଙ୍କ ଥଇଥାନ ଓ ଅଧିକ ଛୁଆ ଯେଭଳି ଜନ୍ମ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।

Dharitri – Odisha’s No.1 Trusted Odia Daily