ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥରମାଡ଼, ଦିଲ୍ଲୀରେ ଉତ୍ତେଜନା…

ନୂଆଦିଲ୍ଲୀ, ୧୬।୪ : ଦିଲ୍ଲୀର ଜାହଙ୍ଗିରପୁରୀଠାରେ ଶନିବାର ଅପରାହ୍ନ ୫ରୁ ସାଢ଼େ ୫ ଟା ମଧ୍ୟରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏଥିରେ ଦୁଇ ଗୋଷ୍ଠୀର ଲୋକେ ପରସ୍ପର ଉପରକୁ ପଥରମାଡ଼ କରିବା ଆରମ୍ଭ କରିଥିଲେ। ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ର ପ୍ରୟୋଗ କରାଯାଇଥିଲା।

ଜାହାଙ୍ଗିରପୁରୀ ସି-ବ୍ଲକ୍‌ଠାରେ ଘଟିଥିବା ଏହି ଘଟଣାରେ ଶାନ୍ତି ବଜାୟ ରଖିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାନବାହାନ ଯିବା ଆସିବା ଉପରେ ମଧ୍ୟ ଲୋକ ଲଗାଯାଇଛି।

ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି। ଉତ୍ୟକ୍ତ ଲୋକେ କେତେକ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି। ସେହିପରି କିଛି ଦୋକାନ ଘରେ ନିଆଁ ଲଗାଯାଇଛି ଏବଂ ଲୋକେ ଭଙ୍ଗାରୁଜା କରିଛନ୍ତି।

Share