ଲୋଇସିଂହା,୧୧।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାହାଜଛାପର ଗାଁରୁ ୨୦୨୫ ଅକ୍ଟୋବର ମାସରେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଲୋଇସିଂହା ପୋଲିସ ଆନ୍ଧ୍ରରୁ ଉଦ୍ଧାର କରିଛି। ଏହି ଚୋରି ଘଟଣାରେ ୫ ଜାଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନବିଶାଳପାଲିର ରୁଦ୍ର ପେରା, ଘଡ଼ାଧର ର ସୁନୀଲ ବାଙ୍କୀ, ପିତେଇପାଲି ର ଦୀପକ ଦୀପ, ଅକଶି ଦାଦର୍, ଜୟ ସାଗର ଓ ବରଗଡ ଜିଲା ଅତାବିରା ଥାନା ଗୋଲକନଗର (ଗୋଭଗା)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଚୋରି ଟ୍ରାକ୍ଟର (ଓଡି ୦୩ଏବି ୯୬୪୦)କୁ ଉଦ୍ଧାର କରି ଟ୍ରାକ୍ଟର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ସେତେବେଳେ ଲୋଇସିଂହା ଥାନା କେସ ନଂ ୩୦୩।୨୫ ରେ ଏକ ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।